ପୁରୀ ରଥଯାତ୍ରା ଭିଡରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ
ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପୁରୀ ରଥଯାତ୍ରା ବେଳେ ବଡଦାଣ୍ଡର ଭିଡରେ ଅଣନିଶ୍ୱାସୀ ହୋଇ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ହେବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ରାଜ୍ୟ ସରକାର ସଠିକ୍ ଭାବେ ଭିଡ ପରିଚାଳନା କରି ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସେ ଅ
np


ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପୁରୀ ରଥଯାତ୍ରା ବେଳେ ବଡଦାଣ୍ଡର ଭିଡରେ ଅଣନିଶ୍ୱାସୀ ହୋଇ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ହେବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ରାଜ୍ୟ ସରକାର ସଠିକ୍ ଭାବେ ଭିଡ ପରିଚାଳନା କରି ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସେ ଅପିଲ କରିଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ନବୀନ ଲେଖିଛନ୍ତି ରଥଯାତ୍ରା ସମୟରେ ବଡ଼ଦାଣ୍ଡର ଭିଡ଼ରେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ହୋଇଥିବା ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ। ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ଅମର ଆତ୍ମାର ସଦଗତି ସହ ଆହତ ହୋଇଥିବା ଶତାଧିକ ଭକ୍ତଙ୍କ ଆଶୁଆରୋଗ୍ୟ କାମନା କରୁଛି। ଏପରି ଦୁଃଖଦ ସମୟରେ ସଭିଙ୍କ ସହାୟତା ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମୀ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ। ମୁଁ ଆଶା କରୁଛି, ରାଜ୍ୟ ସରକାର ଭିଡ଼ ପରିଚାଳନା ସଠିକ ଭାବେ କରି ଭକ୍ତଙ୍କ ସୁବିଧା ତଥା ସୁରକ୍ଷା ସୁନିଶ୍ଚିତ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande