ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ, ବଡ଼ଦାଣ୍ଡରେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଉଦଘାଟନ
ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପବିତ୍ର ଘୋଷଯାତ୍ରା ଅବସରରେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହାର୍ଦ
ପବିତ୍ର ରଥଯାତ୍ରାର     ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ, ବଡ଼ଦାଣ୍ଡରେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଉଦଘାଟନ


ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ପବିତ୍ର

ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ପବିତ୍ର ଘୋଷଯାତ୍ରା ଅବସରରେ

ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଚତୁର୍ଦ୍ଧାମୂର୍ତ୍ତିଙ୍କ

ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ

ବଳଭଦ୍ର ଓ ଦେବୀ ସୁଭଦ୍ରା ସମସ୍ତଙ୍କୁ ଆରୋଗ୍ୟ ଏବଂ ମଙ୍ଗଳ ପ୍ରଦାନ କରନ୍ତୁ।

ଏହି ଅବସରରେ ମନ୍ତ୍ରୀ ଆଜି

ପୁରୀ ବଡ଼ଦାଣ୍ଡ ଠାରେ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଉଦ୍ଘାଟନ କରିଛନ୍ତି । ମହାପ୍ରଭୁଙ୍କ

ଦର୍ଶନ ପାଇଁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା

ସୃଷ୍ଟି କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande