ସମାଜ ପାଇଁ ସମର୍ପିତ ଥିଲେ ଅଭିରାମ ନାଥ
ଭଦ୍ରକ, ୧୭ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ ସ୍ୱର୍ଗତ ଅଭିରାମ ନାଥଙ୍କ ସ୍ମୃତି ସମାରୋହ ଦଇପୁର ପଂଚାୟତ ନାରାୟଣପୁରସ୍ଥିତ ଇନ୍ଦ୍ର ଗୋବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ତଥା ସ୍ମୃତି କମିଟିର ସଭାପ
ABHIRAM NATH SMRUTI SAMAROHA


ଭଦ୍ରକ, ୧୭ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ ସ୍ୱର୍ଗତ ଅଭିରାମ ନାଥଙ୍କ ସ୍ମୃତି ସମାରୋହ ଦଇପୁର ପଂଚାୟତ ନାରାୟଣପୁରସ୍ଥିତ ଇନ୍ଦ୍ର ଗୋବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ତଥା ସ୍ମୃତି କମିଟିର ସଭାପତି ଖଗେଶ୍ୱର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବକ୍ତାମାନେ ସ୍ୱର୍ଗତ ନାଥଙ୍କ ଶିକ୍ଷା, ସମାଜସେବା ଓ ଜନକଲ୍ୟାଣ କ୍ଷେତ୍ରରେ ଅବଦାନକୁ ସ୍ମରଣ କରିଥିଲେ। ସେମାନେ କହିଥିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଧାମନଗର ଅଂଚଳରେ ଶିକ୍ଷାର ପ୍ରସାର ସହ ଅବହେଳିତ ଓ ଶୋଷିତ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ଅଭିରାମ ନାଥଙ୍କ ଅବଦାନ ସ୍ମରଣୀୟ। ଏହି ଅବସରରେ ଗଙ୍ଗାଧର ଦେହୁରୀ, ପୂର୍ଣ୍ଣଚନ୍ଦ୍ର ବାରିକ, ଦିଲ୍ଲୀପ କୁମାର ମହାନ୍ତି, ରମାକାନ୍ତ ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା, କିଶୋର କୁମାର ଦାସ, ଅଶୋକ କୁମାର ନାଥ ଓ ପ୍ରମୋଦ କୁମାର ନାଥ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଚୂଡ଼ାକୁଟି ଓ ଦହିପୁର ପଂଚାୟତର ଶତାଧିକ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରବୀନ୍ଦ୍ର ପ୍ରସାଦ ନାଥ ସ୍ୱାଗତ ଭାଷଣ ଦେଇଥିବାବେଳେ ବୃନ୍ଦାବନ ରାଉଳ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଭଞ୍ଜନ ରାଉଳ ବେଦପାଠ କରିଥିବାବେଳେ ଛାତ୍ରଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଶେଷରେ ମମତାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande