ଘୁ.ଉଦୟଗିରି ରେଞ୍ଜ ଅଧୀନରେ ବିଭିନ୍ନ ବୃକ୍ଷ ରୋପଣ କାର୍ଯ୍ୟ ତଦାରଖ କଲେ ଏସିଏଫ୍
ACF Visited the plantation work in G. Udayagiri
ଫୋଟ


କନ୍ଧମାଳ, ୧୭ ଜୁଲାଇ (ହି.ସ.)- ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଏ.ସି.ଏଫ୍. ଶ୍ୱେତଲୀନା ସାହୁ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବନ୍ୟାଞ୍ଚଳ ଅନ୍ତର୍ଗତ ବାକିଙ୍ଗିଆ ପି ଆର୍ ଏଫ୍ ଅଧୀନ ୧୦ ହେକ୍ଟର ଜମି ଥିବା ପତିତ ଜଙ୍ଗଲର ପୁନରୁଦ୍ଧାର (ବି ଏଚ ପି)ରେ ଲଗାଯାଇଥିବା ବିଭିନ୍ନ ବୃକ୍ଷ ରୋପଣ କାର୍ଯ୍ୟ ବୁଲି ଦେଖିଥିଲେ l ସେହିପରି ପlଵୁରିଆ ସେକ୍ସନ ର ପlଡାଙ୍ଗୀ ଆର୍ ଏଫ୍ ଅଧୀନରେ ଲଗାଯାଇଥିବା ୫୦ ହେକ୍ଟର ରେଆର, ଏନଡେନ ଜରଡ, ଏଣ୍ଡ ଥ୍ରିଟେଣ୍ଡ (ଆର୍ ଇ ଟି) କାର୍ଯ୍ୟକ୍ରମ ଆଦି ବୁଲି ଦେଖିବା ସହ ଅଧିକରୁ ଅଧିକ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ରୋପଣ ଓ ଏହାର ଯତ୍ନ ନେବା ସହ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ l ସେହିପରି ଡିଏଫଓ ଦାୟିତ୍ବ ଗ୍ରହଣ କରିବାର କମ୍ ସମୟ ମଧ୍ୟରେ ବୃକ୍ଷ ରୋପଣ, ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଉପରେ ଗୁରୁତ୍ବ ଦେବା ଫଳରେ ଜଙ୍ଗଲ ଓ ପରିବେଶ ସୁରକ୍ଷାରେ ଢେର୍ ସୁଧାର ଆସିଛି l ଡି.ଏଫ୍.ଓ. ଏବଂ ଏ.ସି.ଏଫ୍. ଶ୍ୱେତଲୀନ ସାହୁଙ୍କ ସମେତ ସମସ୍ତ ରେଞ୍ଜ ଅଧିକାରୀ ମାନଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ଚାଲିଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande