ବାଇକ୍ ସହିତ ୧୮ ଲିଟର ଦେଶୀ ମଦ ଜବତ, ୧ ଗିରଫ
ଭୁବନ, ୧୭ ଜୁଲାଇ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ଏକ ବାଇକ ସହିତ ୧୮ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅବକାରୀ ଉପ ନିରୀକ୍ଷକ ବୁଲୁ ପାତ୍ର ପାଟ୍
ବାଇକ ସହିତ ମଦ ଜବତ


ଭୁବନ, ୧୭ ଜୁଲାଇ (ହି.ସ.)- ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ଏକ ବାଇକ ସହିତ ୧୮ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି ।

ପ୍ରାପ୍ତ ସୂଚନାନୁଯାୟୀ, ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅବକାରୀ ଉପ ନିରୀକ୍ଷକ ବୁଲୁ ପାତ୍ର ପାଟ୍ରୋଲିଂରେ ଯାଇଥିବା ବେଳେ ଏକ ବାଇକରେ ବିପୁଳ ଦେଶୀ ମଦ ଆସୁଥିବା ଖବର ପାଇ ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତ ନୂଆହାଟ

ଠାରେ ଓଡ଼ି୦୪ ଏଚ ୩୧୫୦ ବିଶିଷ୍ଟ ମୋଟର ସାଇକେଲକୁ ଅଟକ ରଖି ଚଢ଼ଉ କରି ୧୮ ଲିଟର ଦେଶୀ ମଦ ଜବତ କରିବା ସହିତ ପୁରୁଷୋତ୍ତମ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟ।ଳୟକୁ ଆଣିଥିଲେ । କେଶ୍ ନଂ ୫୪/୨୦୨୬-୨୭ ରେ ମାମଲା ରୁଜ୍ଜୁ କରାଯାଇଥିଲା । ପରେ ବି ଏନ୍ ଏସ ଧାରା ୩୫(୩) ଆଧାରରେ ତାଙ୍କୁ ଜାମିନରେ ଛଡ଼ା ଯାଇଥିଲା ।

ଭୁବନ ଅବକାରୀ ସବ୍ ଇନ୍ସପେକ୍ଟର ବୁଲୁ ପାତ୍ରଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ, ଆଲୋକ କୁମାର ଜେନା ପ୍ରମୁଖ ଏହି ଚଢ଼ଉରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande