ବଲାଙ୍ଗିର ସିଆରପିଏଫ୍ ବାଟାଲିୟନ ରଥଯାତ୍ରା, ମୁଖ୍ୟାଳୟରେ ରଥାରୁଢ଼ ହେଲେ ତିନି ଠାକୁର
ବଲାଙ୍ଗିର, ୧୭ ଜୁଲାଇ (ହି.ସ.)- ବଲାଙ୍ଗିର ସହରର ୧୮୯ ବାଟାଲିଆନ୍ ସିଆରପିଏଫ୍ ମୁଖ୍ୟାଳୟରେ ରଥାରୁଢ଼ ହେଲେ ତିନି ଠାକୁର । କମାଣ୍ଡେଂଟ୍ ପି.କେ. ସାହୁଙ୍କ ସହ ଅନ୍ୟ ଭକ୍ତମାନେ ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୁଢ଼ କରାଇଛନ୍ତି । ବଲାଙ୍ଗିର ସହରର ୧୮୯ ବାଟାଲିଆନ୍ ସିଆର୍ପିଏଫ୍ ମୁଖ୍ୟାଳୟରୁ ମହାପ୍ର
ବଲାଙ୍ଗିର ସିଆର୍ପିଏଫ୍ ବାଟାଲିୟନ ରଥ ଯାତ୍ରା , ମୁଖ୍ୟାଳୟରେ ରଥାରୁଢ଼ ହେଲେ ତିନି ଠାକୁର


ବଲାଙ୍ଗିର, ୧୭ ଜୁଲାଇ (ହି.ସ.)- ବଲାଙ୍ଗିର ସହରର ୧୮୯ ବାଟାଲିଆନ୍ ସିଆରପିଏଫ୍ ମୁଖ୍ୟାଳୟରେ ରଥାରୁଢ଼ ହେଲେ ତିନି ଠାକୁର । କମାଣ୍ଡେଂଟ୍ ପି.କେ. ସାହୁଙ୍କ ସହ ଅନ୍ୟ ଭକ୍ତମାନେ ତିନି ଠାକୁରଙ୍କୁ ପହଣ୍ଡି କରି ରଥାରୁଢ଼ କରାଇଛନ୍ତି । ବଲାଙ୍ଗିର ସହରର ୧୮୯ ବାଟାଲିଆନ୍ ସିଆର୍ପିଏଫ୍ ମୁଖ୍ୟାଳୟରୁ ମହାପ୍ରଭୁଙ୍କୁ ନେଇ ରଥ ଶାନ୍ତିପଡ଼ା ଦୁର୍ଗାମଣ୍ଡପରେ ପହଂଚିବ । ଶାନ୍ତିପଡ଼ା ଦୁର୍ଗାମଣ୍ଡପରେ ତିନି ଠାକୁରଙ୍କ ମାଉସୀ ଘର ସ୍ଥାପନ ହୋଇଥିବା ବେଳେ ସେଠାରେ ମହାବାହୁ ତାଙ୍କ ନବ ଦିନାତ୍ମକ ଲୀଳା କରିବେ । ପ୍ରତ୍ୟହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଏବେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଶାନ୍ତିପଡ଼ା ଦୁର୍ଗାମଣ୍ଡପ ଉତ୍ସବ ମୁଖର ହୋଇ ଉଠିବ ।

ସିଆରପିଏଫ୍ କମାଣ୍ଡେଂଟ୍ ପି.କେ. ସାହୁ ରଥଯାତ୍ରା ଅବସରରେ ବଲାଙ୍ଗିରବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ବାହୁଡ଼ା ଯାତ୍ରା ଦିନ ଭକ୍ତ ଓ ଶ୍ରଦ୍ଧାଳୁମାନେ ସିଆରପିଏଫ୍ ମୁଖ୍ୟାଳୟରେ ପ୍ରସାଦ ସେବନ ପାଇଁ ଉପସ୍ଥିତ ରହିବାକୁ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande