
ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରାରେ ଗୁରୁବାର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା l ପରେ ଜମିଦାର ଅମରେନ୍ଦ୍ର ପ୍ରତାପ ସିଂହଙ୍କ ଛେରା ପହଁରା ପରେ ତିନି ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରଥାରୁଢ଼ କରାଯାଇଥିଲା। କୀର୍ତ୍ତନର ତାଳେ ତାଳେ ରଥ ଟଣା ଆରମ୍ଭ ହୋଇଥିଲା l ରଥ ଗ୍ରାମ ପରିକ୍ରମା କରି ମାଉସୀ ମା ମନ୍ଦିରରେ ପହଞ୍ଚି ଥିଲା l ମାଉସୀ ମା ମନ୍ଦିରରେ ସଚ୍ଚିକାନ୍ତ ସାହୁ ସପରିବାର ଓ ଭକ୍ତ ବୃନ୍ଦ ପ୍ରଭୁଙ୍କୁ ସ୍ଵାଗତ ଜଣାଇଥିଲେ l
ବିଜୟ ପୂଜାରୀ, ସଞ୍ଜୟ ପୂଜାରୀ, ରାଜେଶ ପୂଜାରୀ, ଓମପ୍ରକାଶ ପୂଜାରୀ, ସମିତ ପୂଜାରୀ, ପବନ ପୂଜାରୀ ପ୍ରମୁଖ ପୂଜାର୍ଚ୍ଚନା ଦାୟିତ୍ଵ ତୁଲାଇଥିଲେ l ଏଥିରେ ରଥଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ