ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଉଦ୍ଘାଟିତ
ଭଦ୍ରକ, ୧୭ ଜୁଲାଇ (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଉଦ୍ଘାଟନୋତ୍ସବ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟର
DAMODAR SANSKRIT COLLEGE ATMARAKHYA SIBIRA


ଭଦ୍ରକ, ୧୭ ଜୁଲାଇ (ହି.ସ.) - ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୌଶଳ ତାଲିମ ପ୍ରଶିକ୍ଷଣ ଉଦ୍ଘାଟନୋତ୍ସବ ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ’ ଆନୁକୁଲ୍ୟରେ ତା ୧୭.୭.୨୬ରିଖ ଠାରୁ ତା ୨୩.୭.୨୬ରିଖ ପର୍ଯ୍ୟନ୍ତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ ବୋଲି ସଂଯୋଜିକା ପ୍ରଭାତୀ ନାୟକ ସ୍ୱାଗତ ଭାଷଣରେ ମତବ୍ୟକ୍ତ କରିଥିବା ବେଳେ ସମାଜସେବୀ ବସୁମିତା ସାହୁ, ସମ୍ମାନିତ ଅତିଥି ଅକ୍ଷୟ କୁମାର ପାଣିଗ୍ରାହୀ, ନୋଡ଼ାଲ ଅଫିସର ଶୁକଦେବ ପଣ୍ଡା ଓ ତାଲିମପ୍ରାପ୍ତ ପ୍ରଶିକ୍ଷିକା ମନୋରମା ରାଉତ ପ୍ରମୁଖ ଯୋଗଦାନ କରି ନାରୀ ଆତ୍ମସୁରକ୍ଷା, ନାରୀ ଆତ୍ମ ନିର୍ଭରତା ଓ ନାରୀ ସଶକ୍ତିକରଣ ଉପରେ ଅତିଥିମାନେ ଭିନ୍ନ ଭିନ୍ନ ମତବ୍ୟକ୍ତ କରିଥିଲେ । ଅନ୍ୟପକ୍ଷରେ ଅଧ୍ୟକ୍ଷ ଡ଼ଃ ମିଶ୍ର ଛାତ୍ରୀମାନେ ନିଜେ ନିଜକୁ ସୁରକ୍ଷିତ କରିପାରିଲେ ସମାଜକୁ ନୂତନ ରୂପ ଦେବ ବୋଲି ମତବ୍ୟକ୍ତ କରିଥିଲେ । ପରିଶେଷରେ ରଘୁନାଥ ନାୟକ ଓ ଗୌରାଙ୍ଗ ଦାସ ପ୍ରମୁଖ ସଭା ସଂଚାଳନ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande