ଧାମନଗରରେ ମାଆ ବାସନ୍ତୀ ଦୁର୍ଗା ପୂଜା କମିଟି ଜମି ବିବାଦ ମାମଲାରେ ପ୍ରଶାସନର ବଡ଼ ନିଷ୍ପତି
ଭଦ୍ରକ, ୧୭ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ଅଂଚଳର ଶ୍ୟାମପୁର ମୌଜାରେ ଥିବା ମାଆ ବାସନ୍ତୀ ଦୁର୍ଗା ମନ୍ଦିର ଜମି ବିବାଦ ମାମଲାରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଭଦ୍ରକ ଉପ-ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିବା ଏହି ମାମଲାରେ ଶୁଣାଣି କରି ଅଦାଲତ ପୂର୍ବରୁ ଲାଗିଥିବା ଧ
DHAMNAGAR MAA BASANTI DURGA PUJA COMMITTEE


ଭଦ୍ରକ, ୧୭ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ଅଂଚଳର ଶ୍ୟାମପୁର ମୌଜାରେ ଥିବା ମାଆ ବାସନ୍ତୀ ଦୁର୍ଗା ମନ୍ଦିର ଜମି ବିବାଦ ମାମଲାରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଭଦ୍ରକ ଉପ-ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଥିବା ଏହି ମାମଲାରେ ଶୁଣାଣି କରି ଅଦାଲତ ପୂର୍ବରୁ ଲାଗିଥିବା ଧାରା ୧୬୪ କଟକଣାକୁ ପ୍ରତ୍ୟାହାର କରି ନେଇଛନ୍ତି।ଉକ୍ତ ଜମି (ଖାତା ନଂ- ୯୮୪, ପ୍ଲଟ ନଂ- ୨୬୮୨, କିସମ- ୦.୧୦ ଏକର) ଦେବୋତର ସମ୍ପତି ଭାବେ ଶ୍ରୀ ବାସନ୍ତୀ ଠାକୁରାଣୀଙ୍କ ନାମରେ ରହିଛି। ପୂର୍ବରୁ ଏହି ଜମିରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ନ କରିବାକୁ ଏବଂ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।ତହସିଲଦାର, ଧାମନଗର ଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଏବଂ ରାଜସ୍ୱ ନିରୀକ୍ଷକ ଙ୍କ ତଦନ୍ତ ଅନୁଯାୟୀ, ବର୍ତମାନ ଚାଲିଥିବା ନିର୍ମାଣ କାର୍ଯ୍ୟ ମାଆ ବାସନ୍ତୀ ଦୁର୍ଗା ପୂଜା କମିଟିର ସଦସ୍ୟମାନଙ୍କ ସହମତି ଓ ତତ୍ୱାବଧାନରେ ହେଉଛି। ଏହି କାର୍ଯ୍ୟ ଯୋଗୁଁ ସେଠାରେ ଶାନ୍ତିଭଙ୍ଗ ହେବାର କୌଣସି ଆଶଙ୍କା ନଥିବା ସ୍ପଷ୍ଟ ହୋଇଛି।ତେଣୁ, ଏହି ମାମଲାରେ ଆଉ ଅଧିକ ବିବାଦର ଆବଶ୍ୟକତା ନଥିବା ଦର୍ଶାଇ କୋର୍ଟ ଧାରା ୧୬୪ ଅନୁଯାୟୀ ଦିଆଯାଇଥିବା ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଖାରଜ କରିଛନ୍ତି। ଏଥିସହିତ, ଧାମନଗର ଆଇଆଇସିଙ୍କୁ ଉକ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଏବଂ କୌଣସି ବ୍ୟକ୍ତି ଶାନ୍ତିଭଙ୍ଗ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ସ୍ଥାନ ରେ ଏକ ଦୋକାନ ଘର ନିର୍ମାଣ କୁ ନେଇ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ତେବେ ଶୁକ୍ରବାର ଭଦ୍ରକ ଉପ ଜିଲ୍ଲାପାଳ ଘଟଣା ରାୟ ପ୍ରକାଶ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande