
ଗଂଜାମ, 17 ଜୁଲାଇ (ହି.ସ.) ଗଂଜାମ ଜିଲାର ବିଭିନ୍ନ ସ୍ଥାନରେ ବିପୁଳ ଉତ୍ସାହ ,ଉଦ୍ଦିପନା ଓ ଭକ୍ତି ଭାବେ ରଥଯାତ୍ରା ଗତକାଲି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଗତ ତିନିଦିନ ଧରି ଜିଲାରେ ଲଗାଣ ବର୍ଷାଲାଗି ରହିଥିବା ବେଳେ ଗତକାଲି ମଧ୍ୟାହ୍ନରୁ ବର୍ଷା ଛାଡି ଯିବା ଫଳରେ ରଥଯାତ୍ରା କୌଣସି ବାଧକ ହୋଇନଥିଲା। ଗୋଷାଣୀ ନୂଆଗାଁ, ବ୍ରହ୍ମପୁର ବଡବଜାର, କୋର୍ଟ ପେଟାଉତ୍କଳ ଆଶ୍ରମରୋଡ ଛତ୍ରପୁର, କୁକୁଡା ଖଣ୍ଡି, ପିତଳ, ସନ୍ତୋଷପୁର, ତହର, ଅଲାରୀଗଡ, ଶେରଗଡ, ଧରାକୋଟ, ହିଂଜିଳିକାଟୁ, ଖଲିକୋଟ, ଜରଡା, ସୁରୁଂଗି ଓ ସୋଡକ ପ୍ରଭୃତି ଅଂଚଳରେ ହଜାର ହଜାର ଜନସମାଗମରେ ଗତ ଅପରାହ୍ନରୁ ସଂଧ୍ୟା ଯାଏ ରଥ ଟଣା ଯାଇଥିଲେ ମଧ୍ୟ କେତକ ସ୍ଥାନରେ ରଥଗୁଣ୍ଡିଚା ମନ୍ଦିରରେ ପହଂଚିନଥିବାରୁ ଆଜି ପୁଣି ରଥ ଟଣା ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ