ଚାଷୀଙ୍କ ପୁଅର କମାଲ୍: ନିଟ୍ରେ ସର୍ବଭାରତୀୟ ସ୍ତରରେ ୯୪ତମ ସ୍ଥାନ, ମାଲକାନଗିରି ପାଇଁ ଗୌରବ
ମାଲକାନଗିରି, ୧୭ ଜୁଲାଇ(ହି.ସ.) – ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଥିଲେ ଅଭାବ କେବେ ବି ସଫଳତାର ପଥରେ ବାଧା ହୋଇପାରେ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ମାଲକାନଗିରି ଜିଲ୍ଲା ଏମ୍ଭି-୩୭ ଗ୍ରାମର ବିପ୍ଲବ ଠାକୁର। ନିଟ୍ ପରୀକ୍ଷାରେ ଏସ୍ସି ବର୍ଗରେ ସର୍ବଭାରତୀୟ ସ୍ତରରେ ୯୪ତମ ରାଙ୍କ ହାସ
ଚାଷୀଙ୍କ ପୁଅର କମାଲ୍: ନିଟ୍ରେ ସର୍ବଭାରତୀୟ ସ୍ତରରେ ୯୪ତମ ସ୍ଥାନ, ମାଲକାନଗିରି ପାଇଁ ଗୌରବ


ମାଲକାନଗିରି, ୧୭ ଜୁଲାଇ(ହି.ସ.) – ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଥିଲେ ଅଭାବ କେବେ ବି ସଫଳତାର ପଥରେ ବାଧା ହୋଇପାରେ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ମାଲକାନଗିରି ଜିଲ୍ଲା ଏମ୍ଭି-୩୭ ଗ୍ରାମର ବିପ୍ଲବ ଠାକୁର। ନିଟ୍ ପରୀକ୍ଷାରେ ଏସ୍ସି ବର୍ଗରେ ସର୍ବଭାରତୀୟ ସ୍ତରରେ ୯୪ତମ ରାଙ୍କ ହାସଲ କରି ସେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ବିପ୍ଲବ ୭୨୦ ନମ୍ବର ମଧ୍ୟରୁ ୬୨୮ ନମ୍ବର ରଖି ଏହି ସଫଳତା ଅର୍ଜନ କରିଛନ୍ତି। ପ୍ରାଥମିକ ଶିକ୍ଷା ସେ ଏମ୍ଭି-୩୭ ସ୍ଥିତ ବୀଣାପାଣି ବିଦ୍ୟାମନ୍ଦିରରେ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିଥିଲେ। ପରେ ବାଲିମେଳା ଜବାହର ନବୋଦୟ ବିଦ୍ୟାଳୟରେ ପଢ଼ିବା ସହ ମହାରାଷ୍ଟ୍ରରେ ଯୁକ୍ତଦୁଇ ଶିକ୍ଷା ସମାପ୍ତ କରି ନିଟ୍ ପରୀକ୍ଷାରେ ସଫଳତା ପାଇଛନ୍ତି।

ଏକ ସାଧାରଣ ଓ ଆର୍ôଥକ ଭାବେ ଦୁର୍ବଳ ପରିବାରରୁ ଆସିଥିବା ବିପ୍ଲବଙ୍କ ବାପା ଶମ୍ଭୁନାଥ ଠାକୁର ଚାଷ କରିବା ସହ ଏକ ପିକ୍ଅପ୍ ଗାଡ଼ି ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଅଭାବ ମଧ୍ୟରେ ମଧ୍ୟ ପୁଅର ଶିକ୍ଷା ପାଇଁ ସେମାନଙ୍କ ତ୍ୟାଗ ଓ ବିପ୍ଲବଙ୍କ ଅକ୍ଳାନ୍ତ ପରିଶ୍ରମ ଆଜି ସଫଳତାରେ ପରିଣତ ହୋଇଛି। ବିପ୍ଲବଙ୍କ ଏହି କୃତିତ୍ୱ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ପ୍ରେରଣାର ଉତ୍ସ ପାଲଟିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande