ପାଟଣେଶ୍ୱରୀ ଦେବୀଙ୍କ ଲାଖ ରେ ନିର୍ମାଣ ହୋଇଥିବା ଫଟୋଚିତ୍ର ରାଜଭବନ ଯିବ
ବଲାଙ୍ଗିର 17 ଜୁଲାଇ (ହି.ସ.) ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱର ଦେବୀ ୧୫୦ ବର୍ଷ ପୁର୍ତ୍ତି ଅବସରରେ ରାଜଧାନୀରେ ହେବାକୁ ଥିବା ମହୋତ୍ସବ ଅଗଷ୍ଟ ମାସରେ ହେବାକୁ ଥିବା ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ନିଷ୍ପତ୍ତି ନେଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ
ପାଟଣେଶ୍ୱରୀ ଦେବୀଙ୍କ ଲାଖ ରେ ନିର୍ମାଣ ହୋଇଥିବା ଫଟୋଚିତ୍ର ରାଜଭବନ ଯିବ


ବଲାଙ୍ଗିର 17 ଜୁଲାଇ (ହି.ସ.)

ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱର ଦେବୀ ୧୫୦ ବର୍ଷ ପୁର୍ତ୍ତି ଅବସରରେ ରାଜଧାନୀରେ ହେବାକୁ ଥିବା ମହୋତ୍ସବ ଅଗଷ୍ଟ ମାସରେ ହେବାକୁ ଥିବା ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ନିଷ୍ପତ୍ତି ନେଇଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ପୁରୀ ଗଜପତି ମହାରାଜ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ବଲାଙ୍ଗିର ମାଁ ପାଟଣେଶ୍ୱରୀ ମହୋତ୍ସବର ଅନୁଷ୍ଠିତ ହେବ ଏବଂ ସ୍ମରଣିକା ପ୍ରଦାନ କରାଯିବ । ଆଗାମୀ ଅଗଷ୍ଟ ମାସରେ ହେବାକୁ ଥିବା ପାଟଣେଶ୍ୱରୀ ମହୋତ୍ସବ ଏକ କିଲୋ ଲାଖରେ ନିର୍ମାଣ ହୋଇଥିବା ମାଁ ପାଟଣେଶ୍ୱରୀ ଫଟୋଚିତ୍ର ବାରଗୁଡୁଗିଆ ର ଝିଅ ରାଜରାଜଶ୍ୱରୀ ମିଶ୍ର ନିର୍ମାଣ କରିଥିବା ଫଟୋଚିତ୍ର ରାଜଭବନରେ ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର ସୂଚନା ପ୍ରଦାନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande