
ବଲାଙ୍ଗିର, ୧୭ ଜୁଲାଇ (ହି.ସ.)- ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗିର ସହରରେ ପିଙ୍କ ସ୍କାଇ କ୍ରେଚ (ଡେ କେୟାର ସେଣ୍ଟର) ସିଭିଲ କୋର୍ଟ ପଛପଟେ ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । କ୍ରେଚର ପ୍ରତିଷ୍ଠାତ୍ରୀ ଆଶା ଆର୍ଯ୍ୟାଙ୍କ ଉଦ୍ୟମରେ ସ୍ଥାପିତ ଏହି ଅନୁଷ୍ଠାନକୁ ପୌରାଧ୍ୟକ୍ଷା ଲିକା ସାହୁ ଫିତା କାଟି ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ପୌର ପରିଷଦ ସଦସ୍ୟା ସରିତା ଦାଶ, ପ୍ରତିଷ୍ଠାତ୍ରୀଙ୍କ ପରିବାର ସଦସ୍ୟ, ବନ୍ଧୁବର୍ଗ ଓ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହି ଅନୁଷ୍ଠାନର ସଫଳତ। କାମନା କରିଥିଲେ । ଅତିଥିମାନେ କହିଥିଲେ ଯେ, କାର୍ଯ୍ୟରତ ଅଭିଭାବକଙ୍କ ପାଇଁ ଏଭଳି ଏକ ଗୁଣାତ୍ମକ କ୍ରେଚ ସମୟର ଆବଶ୍ୟକତା ଥିଲା ଏବଂ ଏହା ଶିଶୁମାନଙ୍କର ସୁରକ୍ଷିତ ଯତ୍ନ ଓ ସର୍ବାଙ୍ଗୀନ ବିକାଶରେ ସହାୟକ ହେବ । ପ୍ରତିଷ୍ଠାତ୍ରୀ ଆଶା କାର୍ଯ୍ୟା କହିଥିଲେ ଯେ, ପିଙ୍କ ସ୍କାଇ କ୍ରେଚ ମାଧ୍ୟମରେ ଶିଶୁମାନଙ୍କୁ ସୁରକ୍ଷିତ, ସ୍ନେହପୂର୍ଣ୍ଣ ଓ ଶିକ୍ଷଣ ଅନୁକୁଳ ପରିବେଶ ପ୍ରଦାନ କରିବା ସହ କାର୍ଯ୍ୟରତ ଅଭିଭାବକଙ୍କ ବିଶ୍ୱସ୍ତ ସହଯୋଗୀ ହେବା ଲକ୍ଷ୍ୟ ରହିଛି ।
ରଥଯାତ୍ରାର ପବିତ୍ର ଅବସରରେ ଏକ ନୂତନ ପଦକ୍ଷେପକୁ ଉପସ୍ଥିତ ସମସ୍ତେ ସ୍ୱାଗତ କରିବା ସହ ଅନୁଷ୍ଠାନର ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ । ସ୍ମାଇଲ ଫର ଅଲ୍ ର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ