ଝାରସୁଗୁଡ଼ାରେ ଅବିରତ ବର୍ଷା : ଲଇକେରାରେ ସର୍ବାଧିକ ୧୩୧.୧ ମି.ମି., ଜିଲ୍ଲାରେ ବର୍ଷା ଜାରି
Rain in Jharsuguda district
ଝାରସୁଗୁଡ଼ାରେ ଅବିରତ ବର୍ଷା : ଲଇକେରାରେ ସର୍ବାଧିକ ୧୩୧.୧ ମି.ମି., ଜିଲ୍ଲାରେ ବର୍ଷା ଜାରି


ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- ରାଜ୍ୟରେ ସକ୍ରିୟ ମୌସୁମୀ ବାୟୁର ପ୍ରଭାବରେ ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଅବିରତ ବର୍ଷା ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରେ ଉଲ୍ଲେଖନୀୟ ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବର୍ଷା ପରିମାଣ ୮୫.୮ ମିଲିମିଟର ରହିଛି। ଏହି ସମୟରେ ଜିଲ୍ଲାର ମୋଟ ବର୍ଷା ପରିମାଣ ୪୨୯.୦ ମିଲିମିଟର ରେକର୍ଡ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବର୍ଷା ତଥ୍ୟ ଅନୁଯାୟୀ, ଲଇକେରା ବ୍ଲକରେ ସର୍ବାଧିକ ୧୩୧.୧ ମିଲିମିଟର ବର୍ଷା ହୋଇଛି। ଏହା ପରେ କୋଲାବିରାରେ ୧୦୯.୨ ମିଲିମିଟର, କିର୍ମିରାରେ ୧୦୮.୨ ମିଲିମିଟର, ଝାରସୁଗୁଡ଼ା ସଦରରେ ୬୪.୩ ମିଲିମିଟର ଏବଂ ଲଖନପୁର ବ୍ଲକରେ ୧୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ବର୍ଷାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ବର୍ଷାର ତୀବ୍ରତା ବଢ଼ିଥିବା ବେଳେ ଆଗାମୀ କିଛି ଦିନ ଧରି ମଧ୍ୟ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶ ପାଳନ କରିବାକୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande