ଶରଧାବାଲିରେ ତିନି ରଥ : ଆସନ୍ତାକାଲି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି
ପୁରୀ, ୧୭ ଜୁଲାଇ (ହି.ସ.)- ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଛି ତିନି ରଥ । ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଘଂଟ ଘଂଟା, ଶଙ୍ଖର ଧ୍ୱନୀ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠୁଛି ଗଗନ ପବନ । ପୁରି ଉଠୁଛି ଶରଧ
ଶରଧାବାଲିରେ ତିନି ରଥ


ପୁରୀ, ୧୭ ଜୁଲାଇ (ହି.ସ.)- ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଛି ତିନି ରଥ । ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଘଂଟ ଘଂଟା, ଶଙ୍ଖର ଧ୍ୱନୀ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠୁଛି ଗଗନ ପବନ । ପୁରି ଉଠୁଛି ଶରଧାବାଲି ।

ଘୋଷଯାତ୍ରାର ଦ୍ୱିତୀୟ ଦିନରେ ରଥ ଉପରେ ଶୁକ୍ରବାର ସକାଳୁ ଶ୍ରୀବିଗ୍ରହମାନଙ୍କ ଦୈନନ୍ଦିନ ନୀତିକାନ୍ତି ସମାପନ ପରେ ପୂର୍ବାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ରଥାରୁଢ଼ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିବା ଓ ରଥ ଟାଣିବା ପାଇଁ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଅପରାହ୍ନ ୧ଟା ୩୦ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଂଚିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅପରାହ୍ନ ୩ଟାରେ ଶରଧାବାଲିରେ ଲାଗିଛି । ଶ୍ରଦ୍ଧାଳୁମାନେ ରଥାରୁଢ଼ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି । ରଥ ଉପରେ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୋଇଛି । ଆସନ୍ତାକାଲି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ରବିବାର ଭକ୍ତ ମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ପାଇପାରିବେ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନ ସମେତ ବଡଦାଣ୍ଡ, ରଥ ଚାରିପାଖ, ସମୁଦ୍ର କୂଳ ଓ ରେଳଷ୍ଟେସନରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande