ବିଦ୍ୟାଳୟ ପରିଚଳନା କମିଟି ଗଠନ
ନୂଆପଡ଼ା,୧୭ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଯାଇଛି। ଉପସ୍ଥିତ ସଦସ୍ୟମାନଙ୍କ ସର୍ବ ସମ୍ମତି କ୍ରମେ ପରିଚାଳନା କମିଟିର ଅଧ
Vidyalaya parichalana kamiti


ନୂଆପଡ଼ା,୧୭ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପିଏମ୍ ଶ୍ରୀ ରାଜା ଆର୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଯାଇଛି। ଉପସ୍ଥିତ ସଦସ୍ୟମାନଙ୍କ ସର୍ବ ସମ୍ମତି କ୍ରମେ ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ଲବ ରଣା, ଉପ ଅଧ୍ୟକ୍ଷା ଭାବରେ ସେହେନାଜ୍ ବେଗମ୍‌, ତଫସିଲଭୁକ୍ତ ଜାତି ଶ୍ରେଣୀରୁ ତୁଲାରାମ ସତନମୀ, ତଫସିଲଭୁକ୍ତ ଜନଜାତିରୁ ମାଣିକ୍ୟ ଶବର, ବିଶେଷ ଆବଶ୍ୟକତା ଥିବା ଶିକ୍ଷାର୍ଥୀଙ୍କ ଅଭିଭାବକରୁ ବାସନ୍ତୀ ବିଭାର ଏବଂ ଅନ୍ୟମାନଙ୍କ ମଧ୍ୟରୁ ନଟରାଜ ଠାକୁର, ସଙ୍ଗୀତା ବିଭାର, ଧନେଶ୍ୱର କୈବର୍ତ, ଯଶୋଦା ଧୀବର, ଲଇବନି ସୁନା, ସୁମିତ୍ରା ଜଗତ, ମଞ୍ଜୁଳା ଶବର, ବଲ୍ଲଭ ପଟେଲ ଏବଂ କାଉନସିଲର ରେବତୀ ଶବର, ଅଙ୍ଗନବାଡି କର୍ମୀ ହେମଲତା ପଟେଲ, ଆଶାକର୍ମୀ ଗୀତାଞ୍ଜଳି ହଂସ, ବରିଷ୍ଠ ଶିକ୍ଷୟିତ୍ରୀ ରାଜଶ୍ରୀ ଦଣ୍ଡସେନା, ସଦସ୍ୟ ସଚିବ ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଯୋଷୀ ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି ବିଦ୍ୟାଳୟ ଶିକ୍ଷାଗତ କମିଟିରେ ଶିକ୍ଷାବିତ୍ ସଦସ୍ୟ ଭାବରେ ସତୀଶ କୁମାର ପଟ୍ଟନାୟକ, ସଦସ୍ୟ ପ୍ରତିନିଧି ଭାବରେ ନିକଟସ୍ଥ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ଗଙ୍ଗାଧର ଭୋଇ, ସଦସ୍ୟ ସମନ୍ୱୟ ଭାବରେ ସିଆରସିସି ଅରୁଣ କୁମାର ନାଗ, ବିଦ୍ୟାଳୟ ଗୃହ ନିର୍ମାଣ କମିଟିର ବୈଷୟିକ ପରାମର୍ଶଦାତା ଭାବରେ କୈଳାଶ ଚନ୍ଦ୍ର ମେହେର ମନୋନୀତ ହୋଇଛନ୍ତି। ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ନୀଳିମା ରାଣୀ ସାଗର, କର୍ମଚାରୀ ଦୀପକ ରଞ୍ଜନ ଯୋଷୀ, ଆଶିଷ କୁମାର ପଟ୍ଟନାୟକ, ଦମୟନ୍ତୀ ବିଶି ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande