
ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅତାବିରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ
ନିହାର ରଞ୍ଜନ ମହାନନ୍ଦ ମହୋଦୟଙ୍କୁ ପବିତ୍ର ଜନ୍ମଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ
ହାର୍ଦ୍ଦିକ ଅଭିନନ୍ଦନ।
ଜନସେବା କ୍ଷେତ୍ରରେ ଆପଣଙ୍କର ନିଷ୍ଠା ଏବଂ ନେତୃତ୍ୱ ଅତାବିରା
ଅଞ୍ଚଳର ବିକାଶକୁ ଆହୁରି ଆଗକୁ ନେଇଯାଉ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ଏତିକି
ପ୍ରାର୍ଥନା, ଆପଣଙ୍କୁ ଦୀର୍ଘାୟୁ
କରନ୍ତୁ ଏବଂ ସର୍ବଦା ସୁସ୍ଥ ଓ ନିରାମୟ ରଖନ୍ତୁ। ଆପଣଙ୍କ ଆଗାମୀ ଦିନଗୁଡ଼ିକ ସୁଖ ଓ ସମୃଦ୍ଧିରେ
ଭରିରହୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା