
ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ସରକାର ସୁରୁଖୁରୁରେ ରଥଯାତ୍ରା କରିବାରେ ବିଫଳ
ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ, ପୂର୍ବ ବର୍ଷ
ଏବଂ ଚଳିତ ବର୍ଷ ମଧ୍ୟ 3 ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଆସିଛି । ସରକାରଙ୍କୁ
ଭକ୍ତମାନଙ୍କ ପାଇଁ ପୁରୁଣା ପଦ୍ଧତି ପରିବର୍ତନ କରିବା ଆବଶ୍ୟକ । ବୟସ୍କ ଏବଂ ରୁଗ୍ଣ ଲାକଙ୍କୁ ସ୍ୱତନ୍ତ୍ର ଇନକ୍ଲୋଜର
ହେବା ଆବଶ୍ୟକ । 500 କିମ୍ବା 100 ମିଟର ମଧ୍ୟରେ ଇନକ୍ଲୋଜର ରହିବା ଆବଶ୍ୟକ । ସରକାର ଆୟୋଜକ
ପାଇଁ ଏତେ ବଡ ଭୁଲ ହୋଇଛି । ଯଦି ଭୁଲ ଯୋଗୁ ଆମେ ଇସ୍କନ ଦୋଷ ଦେଉଛେ ତେବେ ସରକାରଙ୍କୁ ଦୋଷକୁ
କହିକି କ୍ଷମା କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଭକ୍ତ ଦାସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା