ଟାହିଆ ଖୋଲିବାକୁ କିଏ ନିର୍ଦେଶ ଦେଇଥିଲା, ମହାପ୍ରଭୁଙ୍କୁ ଶ୍ରୀହୀନ କରିବା ଅକ୍ଷମଣୀୟ - ଭକ୍ତ ଚରଣ ଦାସ
ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ବିନା ଟାହିଆରେ ଜଗନ୍ନାଥକୁ ବାହାରକୁ ଆଣିବା ପ୍ରସଙ୍ଗରେ ପିସିସି ସଭାପତି ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି । ସେ କହିଛନ୍ତି ଯେ, ଜଗନ୍ନାଥ ଟାହିଆ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଗତକାଲି ଯେଉଁଭଳି ଶ୍ରୀହୀନ କରି ମହାପ୍ରଭୁଙ୍କୁ ଶ୍ରୀମନ୍ଦିର
ଟାହିଆ ଖୋଲିବାକୁ କିଏ ନିର୍ଦେଶ ଦେଇଥିଲା, ମହାପ୍ରଭୁଙ୍କୁ ଶ୍ରୀହୀନ କରିବା ଅକ୍ଷମଣୀୟ - ଭକ୍ତ ଚରଣ ଦାସ


ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ବିନା ଟାହିଆରେ ଜଗନ୍ନାଥକୁ ବାହାରକୁ ଆଣିବା ପ୍ରସଙ୍ଗରେ

ପିସିସି ସଭାପତି ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି । ସେ କହିଛନ୍ତି ଯେ, ଜଗନ୍ନାଥ ଟାହିଆ

ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଗତକାଲି ଯେଉଁଭଳି ଶ୍ରୀହୀନ କରି ମହାପ୍ରଭୁଙ୍କୁ ଶ୍ରୀମନ୍ଦିର

ବାହାରକୁ ଆଣାଗଲା ଆମେ ଏହାକୁ ଦୃଢ ନିନ୍ଦା କରୁଛୁ । ଗତକାଲି ଜଗନ୍ନାଥ ଆଖିରୁ ଲୋତକ ବୋହିଲା

ପରି ଲାଗୁଥିଲା । ଏବେ ପ୍ରଶ୍ନ ଉଠୁଛି ପହଣ୍ଡିକୁ ନିରିକ୍ଷଣ କରିବା କାହାର ଦାୟିତ୍ୱ ଥିଲା । ଟାହିଆ

ବାହାର କରିବାକୁ କିଏ ନିର୍ଦେଶ ଦେଇଥିଲେ । ଟାହିଆ ବାହାର କରିବା ପୂର୍ବରୁ ଗଜପତିଙ୍କୁ ଏ

ବାବଦରେ ପଚରା ଯାଇଥିଲା କି ନାହିଁ କିମ୍ବା ତାଙ୍କ ଠାରୁ ଅନୁମତି ନିଆଯାଇଥିଲା କି? ଯଦି ସରକାର ଦଳରେ କିଏ ନିଷ୍ପତି ନେଇଥିବେ ତେବେ ସିଏ

ଅକ୍ଷମଣୀୟ ଭୁଲ କରିଛନ୍ତି, ଭୁଲ ପାଇଁ ସିଏ

ତୁରନ୍ତ ନିଜ ପଦରୁ ଇସ୍ତାଫା ଦିଅନ୍ତୁ ବୋଲି ଭକ୍ତ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଯେ, ସରକାର

ଅନୁରୋଧ କରୁଛୁ ଆଗକୁ ଏଭଳି ଭୁଲ ନ କରନ୍ତୁ । ବଳଭଦ୍ର ପଡ଼ିଯିବ, ରତ୍ନ ଚୋରି ହେବାଠାରୁ ବଡ ଅଘଟଣ ଏବଂ ପାପ ହେଉଛି

ମହାପ୍ରଭୁଙ୍କୁ ଶ୍ରୀ ହୀନ କରି ଭକ୍ତଙ୍କ ସାମ୍ନାକୁ ଆଣିବା । ରାମ ମନ୍ଦିରରେ ଚାନ୍ଦା ଚୋରି କରି

ଲୁଟ କରିଥିଲା ବିଜେପି ସରକାର, ସେହିଭଳି ଓଡ଼ିଶାରେ

ମଧ୍ୟ ବିଜେପି ସରକାର ସମାନ କାର୍ଯ୍ୟ କରୁଛି । ବିଜେପି ରାମ ଭଗବାନଙ୍କ ଏବଂ ଜଗନ୍ନାଥ ଠିକାଦାର

ଭଳି ବ୍ୟବହାର କରୁଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ବାବୁ ଜଣେ ସୁଦକ୍ଷ ଆଇଏଏସଅଫିସର, ଦୁର୍ନୀତି ମୁକ୍ତ

ବ୍ୟକ୍ତି ବୋଲି ମୁଁ ଜାଣିଛି । ମୁଁ ଶୁଣିଲି ସିଏ କହିଛନ୍ତି ଟାହିଆ ଯୋଗୁ ଠାକୁର ଆଗକୁ

ଯାଇପାରୁନଥିଲେ, ସେଥିପାଇଁ ବିନା ଟାହିଆରେ ମହାପ୍ରଭୁଙ୍କୁ ବାହାରକୁ

ଆଣାଗଲା । କିନ୍ତୁ ଶ୍ରୀହୀନ କରି ଠାକୁରଙ୍କୁ ଆଣିବା କେତେ ଦୂର ଉଚିତ ଥିଲା । ତେଣୁ ଯଦି

ଅରବିନ୍ଦ ବାବୁ ଏହା କହିଛନ୍ତି ତେବେ ଅରବିନ୍ଦ ବାବୁ ଅନୁତପ୍ତ ହୁଅନ୍ତୁ ବୋଲି ଭକ୍ତ ଦାସ ଦାବି

କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande