
ଭୁବନେଶ୍ୱର, ୧୭ ଜୁଲାଇ (ହି.ସ)- ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ରେକର୍ଡ ହୋଇଛି। ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବଲାଙ୍ଗିରରେ ଅଧିକ ବର୍ଷା ରେକର୍ଡ କରାଯାଇଛି । କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାପୁଆ ନଦୀରେ ବନ୍ୟା ଯୋଗୁଁ ମଧୁସୂଦନପାଟଣା ଓ କାକୁଡ଼ିଆ ଗାଁରେ ପାଣି ପଶିଛି। ସାପୁଆ ନଦୀରେ ପାଣି ବଢିଲେ ଢେଙ୍କାନାଳ ଓ ଆଠଗଡ଼ ପ୍ରଭାବିତ ହେବାର ଆଶଙ୍କା ରହିଛି। ବାଲେଶ୍ୱର ଜିଲ୍ଲା ମଥାନୀରେ ଜଳସ୍ତର ବିପଦ ସଙ୍କେତ ନିକଟତର ହେଉଛି। ଆସନ୍ତାକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିପାରେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା