ପୂର୍ବ ଆକ୍ରୋଶ ରଖି ଟ୍ରାକ୍ଟର ପୋଡିଦେଲେ ଦୁବୃର୍ତ
ଭଦ୍ରକ, ୧୭ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ଥାନା କଳାପାହାଡ ନିକଟରେ ଟ୍ରାକ୍କରକୁ କେହି ଦୁବୃତ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସୁରେଶ କୁମାର ସାହୁ ଚାଷ କାର୍ଯ୍ୟ ସାରି ଟ୍ରାକ୍ଟରକୁ ନଟବର ରାଉତଙ୍କ ବାଡ଼ିରେ ରଖିଥିଲେ। ହେଲେ ଗତ ବୁଧବାର ରାତ୍ରରେ ଟ୍ରାକ
trackter podidele durbuta


ଭଦ୍ରକ, ୧୭ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ଥାନା କଳାପାହାଡ ନିକଟରେ ଟ୍ରାକ୍କରକୁ କେହି ଦୁବୃତ ପେଟ୍ରୋଲ ଢାଳି ପୋଡିଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ସୁରେଶ କୁମାର ସାହୁ ଚାଷ କାର୍ଯ୍ୟ ସାରି ଟ୍ରାକ୍ଟରକୁ ନଟବର ରାଉତଙ୍କ ବାଡ଼ିରେ ରଖିଥିଲେ। ହେଲେ ଗତ ବୁଧବାର ରାତ୍ରରେ ଟ୍ରାକ୍ଟର ଇଞ୍ଜିନ ଜଳୁଥିବା ଦେଖି ପରିବାର ଲୋକେ ଡାକ ପକାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଲିଭାଇ ଦିଆଯାଇଥିଲା। ଏଥିରେ ଟ୍ରାକ୍ଟର ଇଞ୍ଜିନ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଛି। ଏ ନେଇ ଟ୍ରାକ୍ଟର ମାଲିକ ସୁରେଶ ଆଗରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ସେ ଉକ୍ତ ଗ୍ରାମର ରଙ୍ଗାଧର ସାହୁଙ୍କ ପୁଅ ଉମେଶଙ୍କ ନାମ ଉଲ୍ଲେଖ କରିଛନ୍ତି। ପୂର୍ବରୁ ତାଙ୍କର ରଙ୍ଗାଧରଙ୍କ ସହ ଜମିବାଡି ବିବାଦ ରହିଥିବା ବେଳେ ତାଙ୍କ ପୁଅ ଉମେଶ ବିଭିନ୍ନ ସମୟରେ ସୁରେଶଙ୍କ ପୁଅକୁ ମାଡ ମାରିବା,ଘରର ସଂଟ୍ରିଙ୍ଗ ପଟା, ବାଇଁଶ ଖୋଲିଦେବା ଏବଂ ଜୀବନରୁ ମାରିଦେବା ଓ ଗାଡିପୋଡି ଦେବା ପରି ଧମକ ମାନଦେଇ ଗ୍ରାମର ସରପଂଚ ପ୍ରତିନିଧି ଏବଂ ଭଦ୍ରଲୋକଙ୍କ ସମ୍ମୁଖରେ ଭୂଲ ସିକ୍ୱାର କରି ସମାଧାନ କରି ଆସୁଥିଲେ । ଅଭିଯୋଗପାଇ ଆଗରପଡା ପୋଲିସ ଘଟଣାର ତଦନ୍ତ କରୁଛି। ଅନ୍ୟ ପକ୍ଷରେ ସୁରେଶ ବ୍ୟାଙ୍କରୁ ଋୁଣ ଆଣି ଟ୍ରାକ୍ଟର କରିଥିବା ବେଳେ ଚାଷ କାର୍ଯ୍ୟ ବେଳେ ପୋଡିଦେବା ଘଟଣାରେ ସେ ଭାଙ୍ଗି ପଡ଼ିଛନ୍ତି। ଉପରୋକ୍ତ ଘଟଣାରେ ତଦନ୍ତ ପୂର୍ବକ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande