
ଝାରସୁଗୁଡ଼ା, ୧୭ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବନାଞ୍ଚଳକୁ ପୁଣି ୨ଟି ହାତୀ ଗୁରୁବାର ରାତିରେ ପ୍ରବେଶ କରିଛନ୍ତି l ଗୋଟିଏ ମାଈ ହାତୀ ଓ ସାଙ୍ଗରେ ଛୁଆ ହାତୀ ରାତିରେ ରେଙ୍ଗାଲି ବନାଞ୍ଚଳ ଅଧିନସ୍ଥ ବେଉଁରା ଜଙ୍ଗଲରୁ ଭେଡେନ ନଦୀ ପାରି ହୋଇ ପଟ୍ଟାପଡ଼ା, ତରେଇକେଲା, କୋଲାବିରା ଦେଇ ମହୁଲମୁଣ୍ଡା ସଂରକ୍ଷିତ ଜଙ୍ଗଲ ଭିତରକୁ ପ୍ରବେଶ କରିଛନ୍ତି l
ଏଠାରେ ସୂଚନା ଥାଉକି, ବେଉଁରା ଜଙ୍ଗଲରେ ୩ ହାତୀ ବୁଲା ବୁଲି କରୁଥିବା ବେଳେ ବୁଧବାର ରାତିରେ ଏଥିରୁ ଗୋଟିଏ ଦନ୍ତା ଭେଡେନ ନଦୀ ପାରି ହୋଇ କେ. ସମାସିଂହାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭାଙ୍ଗି ଧାନ ଖାଇ ଦେଇଥିଲା ଓ ଶେଷରେ କୋଲାବିରା ବନାଞ୍ଚଳ ଅଧିନସ୍ଥ ମହୁଲମୁଣ୍ଡା ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଥିଲା l ତେବେ ଦନ୍ତାଟି ଗୁରୁବାର ରାତିରେ ମହୁଲ ମୁଣ୍ଡାରୁ ବାହାରି ବାଗଡିହି ଫରେଷ୍ଟ ରେଞ୍ଜ ଅଧିନସ୍ଥ କାଦୋବାହାଲ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ମିଳିଛି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ