
ବଲାଙ୍ଗିର, 18 ଜୁଲାଇ (ହି.ସ.) ଗତକାଲି ଆଷାଢ ଶୁକ୍ଳ ତୃତୀୟା ତିଥିରେ ଶ୍ରୀ ଚାନ୍ଦ ମନ୍ଦିର ତିନି ଠାକୁର ମତ୍ସ୍ୟ କଷ୍ୟ ରୁପରେ ଅବତାର ନେଇ ସନ୍ଧ୍ୟାରେ ଦର୍ଶନ ଦେଉଛନ୍ତି। ଦ୍ୱିତୀୟା ତିଥରେ ରଥାରୂଢ ହୋଈ ତିନି ଠାକୁର ପ୍ରବଳ ବର୍ଷା ସତ୍ତ୍ୱେ ଭକ୍ତ ମନଙ୍କୁ ଦର୍ଶନ ଦେଇ ରଥରେ ଆସି ଦୈନିକ ବଜାର ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିର ରେ ହୋଇ ଥିବା ମାଉସୀ ମା ମନ୍ଦିର ରେ ପହଞ୍ଚି ଥିଲେ। ତୃତୀୟା ଠାରୁ ନବ ଦିନ ବ୍ୟାପୀ ଅବତାର ଆରଂଭ ଦିନରେ ଦରଶନ ଦେଉଛନ୍ତି। ପାଗ ଭଲ ଥିବାରୁ ଅନେକ ଭକ୍ତ ଅସି ବିଳମ୍ବିତ ରାତି ପର୍ୟ୍ୟନ୍ତ ଭିଡ଼ ରେ ପ୍ରଭୁଙ୍କ ଦର୍ଶନ ଲାଭ କରି ଛନ୍ତି ଶ୍ରଦ୍ଧାଳୁ । ପ୍ରତ୍ୟହ ମଧ୍ୟାହ୍ନ ରେ ପ୍ରଭୁଙ୍କ ଅନ୍ନ ପ୍ରାସାଦ ପାଇବାକୁ ଭକ୍ତ ଅଗ୍ରୀମ କୁପନ ନେଇ ପ୍ରସାଦ ପାଇ ନିଜ ଜୀବନ ଧନ୍ୟ ମଣୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ