
ଭୁବନେଶ୍ୱର,୧୮ ଜୁଲାଇ (ହି.ସ)- ୩୫ ପୌରାଧ୍ୟକ୍ଷ ନିର୍ବାଚନ ନେଇ ସଂରକ୍ଷଣ ଚିଠା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି। ସେ କହିଛନ୍ତି ବିଜେପି ସରକାର ଯାହା କହେ ତାହା କରେ। ବିଜେଡି ଖାଲି ଘୋଷଣା କରିଥିଲା, କାଗଜପତ୍ର କାମ ହୋଇନଥିଲା। କିନ୍ତୁ ବିଜେପି ସରକାର ଘୋଷଣା କଲେ ଏବଂ ନିର୍ବାଚନ ବି କରିବାକୁ ଯାଉଛନ୍ତି। ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ ଅଛୁ। ପୌରପ୍ରତିନିଧି ଏବେ ବିଜେପି ମୁହାଁ ହେଉଛନ୍ତି। ଯେଉଁଠି ନିର୍ବାଚନ ହେବ ବିଜେପି ଖାତାକୁ ଆସିବ ବୋଲି କହିଛନ୍ତି ବିଧାୟକ ସନାତନ ବିଜୁଳି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା