ଭାରତୀୟ ଜନତା ଦଳର ଜୟପୁର ଟାଉନ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳୀ ନାୟକ
ଜୟପୁର, ୧୮ ଜୁଲାଇ (ହି.ସ.)- ଭାରତୀୟ ଜନତା ଦଳର ଜୟପୁର ଟାଉନ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳୀ ନାୟକ । ଭାରତୀୟ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ପୁଷ୍ପାଞ୍ଜଳୀ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଦଳ ପ୍ରତି ତାଙ୍କର ନିଷ୍ଠା ସକ୍ରିୟ
ଭାରତୀୟ ଜନତା ଦଳର ଜୟପୁର ଟାଉନ ମଣ୍ଡଳ ମହିଳା ମୋଚ୍ଚା ସଭାନେତ୍ରୀ ହେଲେ  ପୁଷ୍ପାଞ୍ଜଳୀ ନାୟକ


ଜୟପୁର, ୧୮ ଜୁଲାଇ (ହି.ସ.)- ଭାରତୀୟ ଜନତା ଦଳର ଜୟପୁର ଟାଉନ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳୀ ନାୟକ । ଭାରତୀୟ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ପୁଷ୍ପାଞ୍ଜଳୀ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଦଳ ପ୍ରତି ତାଙ୍କର ନିଷ୍ଠା ସକ୍ରିୟ ସାଙ୍ଗଠନିକ ଭୂମିକା ମହିଳା ମାନଙ୍କୁ ସଂଗଠିତ କରିବାର ବିଚାରକୁ ନେଇ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାଯାଇଛି । ପୁଷ୍ପାଞ୍ଜଳୀ ନାୟକ ସଂଗଠନ ବିସ୍ତାର, ଦଳୀୟ କାର୍ଯ୍ୟକ୍ରମର ସଫଳ ପରିଚାଳନା ଓ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଦଳ ତାଙ୍କ ଉପରେ ଅସ୍ଥା ପ୍ରକଟ କରିଛି । ଦଳ ଯେଉଁ ଗୁରୁ ଦାୟିତ୍ୱ ଦେଇଛି ଦଳର ବିଶ୍ୱାସକୁ ସମ୍ମାନ ଜଣାଇ ସଂଗଠନକୁ ଗ୍ରାମାଞ୍ଚଳରେ ଆହୁରି ସୁଦୃଢ କରିବା ସହ ମହିଳା ମାନଙ୍କୁ ଦଳରେ ସାମିଲ କରିବା ସାମାଜିକ ସେବାମୁଳକ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ପାଇଁ ସେ

ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ନେତୃତ୍ଵରେ ଦଳ ମଜଭୁତ ହେବ ବୋଲି ଜଣାଯାଇଛି । ପୁଷ୍ପାଞ୍ଜଳୀ ନାୟକ କର୍ମମୟ ଜୀବନର ବ୍ୟସ୍ତତା ଭିତରେ ରହି ମଧ୍ୟ ସେ କେବେ କୌଣସି କର୍ତବ୍ୟ ପ୍ରତି ହେଳା କରି ନାହାଁନ୍ତି । ସମାଜର ପ୍ରତିବନ୍ଧକକୁ ଲଘଂନ କରି ସମାଜ ପାଇଁ କିଛି କରି ଦେଖାଇବା ପାଇଁ ଆଗେଇ ଆସିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି । ଦୀର୍ଘ ୧୦ ବର୍ଷ ଧରି ସମାଜ ସେବା କରିଆସୁଥିବା ପୁଷ୍ପାଞ୍ଜଳୀ ନାୟକ ଶୀତ ଦିନେ ସରକାରୀ ଚିକିତ୍ସାଳୟରେ ଓ ଗ୍ରାମାଞ୍ଚଳରେ ଶୀତ ବସ୍ତ୍ର ପ୍ରଦାନ କରିବା ସହ ଅନାଥ ଆଶ୍ରମରେ ଖାଦ୍ୟ ପ୍ରଦାନ କରି ସେ ନିଜକୁ ଖୁସି ଅନୁଭବ କରୁଥିବା ଜଣାଯାଇଛି ।

ଏହି ପଦବୀ ପାଇବା ପରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟ। ବିଶ୍ୱାଳ, ବିଜେପିର ରାଜ୍ୟ କାର୍ଯ୍ୟକାରଣି ସଦସ୍ୟ ଗୌତମ ସାମନ୍ତରାୟ ଓ କୋରାପୁଟ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ୱାତୀ ହୋତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande