ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ବିପ୍ଳବଙ୍କୁ ସମ୍ବର୍ଦ୍ଧନା
ମାଲକାନଗିରି,୧୮ ଜୁଲାଇ (ହି.ସ.) ମାଲକାନଗିରି ଜିଲା ଏମ୍ଭି-୩୭ଗ୍ରାମର ବିପ୍ଳବ ଠାକୁର ନିଟ୍ ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗରେ ସର୍ବଭାରତୀୟ ସ୍ତରରେ ୯୪ତମ ରାଙ୍କ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ଏମ୍ଭି-୩୭ ବୀଣାପାଣି ବ
ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ବିପ୍ଳବଙ୍କୁ ସମ୍ବର୍ଦ୍ଧନା


ମାଲକାନଗିରି,୧୮ ଜୁଲାଇ (ହି.ସ.) ମାଲକାନଗିରି ଜିଲା ଏମ୍ଭି-୩୭ଗ୍ରାମର ବିପ୍ଳବ ଠାକୁର ନିଟ୍ ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗରେ ସର୍ବଭାରତୀୟ ସ୍ତରରେ ୯୪ତମ ରାଙ୍କ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ଏମ୍ଭି-୩୭ ବୀଣାପାଣି ବିଦ୍ୟାମନ୍ଦିରରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଶିକ୍ଷକଶିକ୍ଷୟିତ୍ରୀ ଆଜି ତାଙ୍କୁ ଡାକି ସମ୍ବନ୍ଧିତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ମଣି ଶଙ୍କର ମଜୁମଦାର, ତାର୍ଲାକୋଟା ହାଇସ୍କୁଲ ସଂସ୍କୃତ ଶିକ୍ଷକ ତଥା ବରିଷ୍ଠ କବି କରୁଣାକର ମଲ୍ଲିକ, ତାର୍ଲାକୋଟା ପୂର୍ବତନ ସରପଞ୍ଚ ସୋମନାଥ ବାରସେ ଏବଂ ଏକାଧୂକ ଗ୍ରାମବାସୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande