ନିଟ୍ ପରୀକ୍ଷାରେ ସୌଭାଗ୍ୟ ସୁନ୍ଦର ନାୟକ ସର୍ବଭାରତୀୟ ସ୍ତରରେ ୬୬୯ ର୍ୟାଙ୍କ ପାଇଲେ
ମାଲକାନଗିରି, ୧୮ ଜୁଲାଇ(ହି.ସ.) – ନେସନାଲ ଟେଷ୍ଟିଙ୍ଗ ଏଜେନ୍ସୀ ଦ୍ୱାରା ପ୍ରକାଶିତ ସର୍ବ ଭାରତୀୟ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସୌଭାଗ୍ୟ ସୁନ୍ଦର ନାୟକ(ଲିପୁ), ମାଲକାନଗିରି ଜିଲ୍ଲା ସଦରମହକୁମା ରିକ୍ଲାମେସନ କଲୋନୀ ସରକାରୀ ବାସ ଭବନରେ ରହୁଥିବା ତଥା ରାଜସ୍ୱ ବିଭାଗରେ କାର୍ଯ୍ୟରତ ସେକ୍ସ
ନିଟ ପରୀକ୍ଷାରେ  ସୌଭାଗ୍ୟ ସୁନ୍ଦର ନାୟକ  ସର୍ବଭାରତୀୟ ସ୍ତରରେ ୬୬୯


ମାଲକାନଗିରି, ୧୮ ଜୁଲାଇ(ହି.ସ.) – ନେସନାଲ ଟେଷ୍ଟିଙ୍ଗ ଏଜେନ୍ସୀ ଦ୍ୱାରା ପ୍ରକାଶିତ ସର୍ବ ଭାରତୀୟ ନିଟ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ସୌଭାଗ୍ୟ ସୁନ୍ଦର ନାୟକ(ଲିପୁ), ମାଲକାନଗିରି ଜିଲ୍ଲା ସଦରମହକୁମା ରିକ୍ଲାମେସନ କଲୋନୀ ସରକାରୀ ବାସ ଭବନରେ ରହୁଥିବା ତଥା ରାଜସ୍ୱ ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର ଶ୍ୟାମ ସୁନ୍ଦର ନାୟକ ଓ ମାତା ଶ୍ରୀମତୀ ବାସନ୍ତୀ ଲତା ନାୟକଙ୍କ ସୁପୁତ୍ର ସୌଭାଗ୍ୟ ସୁନ୍ଦର ନାୟକ। ସର୍ବ ଭାରତୀୟ ନିଟ ପରୀକ୍ଷା୨୦୨୬ ରେ ସର୍ବମୋଟ ୨୦ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଓ ସେଥିମଧ୍ୟରୁ ୧୧ ଲକ୍ଷ୍ ୨୧ ହଜାର ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି। ସୌଭାଗ୍ୟ ସୁନ୍ଦର ନାୟକ ୭୨୦ରୁ ୬୭୧ ନମ୍ୱର ରଖି ସର୍ବଭାରତୀୟ ସ୍ତରରେ ୬୬୯ ରାଙ୍କ ଓ ସାଧାରଣ ବର୍ଗର ୯୨୦ ର୍ୟାଙ୍କ ରଖି ସଫଳତା ହାସଲ କରିଛନ୍ତି! ଯାହାକି ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି,! ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande