ବନ ମହୋତ୍ସଵ ପାଳିତ
ଜୟପୁର, ୧୮ ଜୁଲାଇ (ହି.ସ.)-ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଚାରା ରୋପଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଥମେ ଚାରା ରୋପଣ କରିଥିଲେ
ବନ ମହୋତ୍ସଵ ପାଳିତ


ଜୟପୁର, ୧୮ ଜୁଲାଇ (ହି.ସ.)-ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଠାରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଚାରା ରୋପଣ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ବିବେକାନନ୍ଦ ସୁନା କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଥମେ ଚାରା ରୋପଣ କରିଥିଲେ। ପରେ ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରୀମାନେ ଚାରା ରୋପଣ କରିବା ସହ ଗଛର ଯତ୍ନ ନେବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରୀ ସୁନିତା କୁମାରୀ ପ୍ରଧାନ, ଯୁକ୍ତ ୨ ଜାତୀୟ ସେବା ଯୋଜନା ଅଧିକାରୀ ସୀମା ମହାପାତ୍ର ଆୟୋଜନ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande