ଚୋରା ମଦ ଜବତ ୬ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୧୮ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ମେରାଇନ ଓ କେନ୍ଦ୍ରାପଡ଼ା ସଦର ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବ
ଚୋରା ମଦ ଜବତ ୬ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୧୮ ଜୁଲାଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ମେରାଇନ ଓ କେନ୍ଦ୍ରାପଡ଼ା ସଦର ଥାନା ଅଂଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଜଗଦିଶପୁର ଗ୍ରାମର ସରୋଜ ସାମଲ(ବୟସ ୩୨ ବର୍ଷ)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ନାଗପଟଣା ଗ୍ରାମର ଶଶୀକାନ୍ତ ମଳିକ(ବୟସ ୪୩ ବର୍ଷ)ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, ନେମ୍ବରା ଗ୍ରାମର ବିଶ୍ୱଜିତ ସ୍ୱାଇଁ(ବୟସ ୪୫ ବର୍ଷ)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ, ପ୍ରଭାକରପୁର ଗ୍ରାମର ପୁନୀ ରାଉତ(ବୟସ ୪୦ ବର୍ଷ)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ଝିଲି ଖିଲର(ବୟସ ୩୬ ବର୍ଷ)ଙ୍କ ନିକଟରୁ ୨୦ ଲିଟର ଦେଶୀ ରନ୍ଧା ମଦ ଓ ଦୀନବନ୍ଧୁ ରାଉତ(ବୟସ ୫୬ ବର୍ଷ)ଙ୍କ ଠାରୁ ୩୫ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଅଛି। ଏମାନଙ୍କ ପାଖରୁ ସମୁଦାୟ ୧୪୯ ଲିଟର ଦେଶୀ ରନ୍ଧା ମଦ, ଦେଶୀ ମଦ ଓ ବିଦେଶୀ ମଦ ଜବତ କରାଯାଇ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଶ୍ରୀ ରଞ୍ଜନ ପାତ୍ର ଏବଂ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande