
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ)- ଅଗଷ୍ଟରେ ଦିଲ୍ଲୀରେ ଇନଭେଷ୍ଟର୍ସ ରୋଡ୍ ସୋ ଆୟୋଜିତ ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରୋଡ୍ ସୋରେ ଟିମ୍ ଓଡ଼ିଶାର ନେତୃତ୍ୱ ନେବେ। ଦିଲ୍ଲୀରେ ଫୋକସର ଏରିଆ ରହିବ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟର। ୨ ବର୍ଷରେ ଓଡ଼ିଶାକୁ ଅନେକ ପୁଞ୍ଜି ଆସିଛି, ଶିଳ୍ପ ମଧ୍ୟ ଆରମ୍ଭ ହୋଇଛି। ନିୟମିତ ପୁଞ୍ଜି ନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସମୀକ୍ଷା ହେଉଛି। ଯୁବକ ଯୁବତୀମାନେ କିପରି ଶିଳ୍ପ ବାତାନୁକୂଳ ଦକ୍ଷତା ପାଇବେ ଧ୍ୟାନ ଦେଉଛୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା