ବରିଷ୍ଠ ସମାଜସେବୀ ମଧୁସୂଦନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୧୮ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ଅବସରପ୍ରାପ୍ତ ଗ୍ରାମସେବକ, ଭାରତୀୟ ଜନତା ପାର୍ଟିର ଅର୍ଜୁନପୁର ପଂଚାୟତ ସଭାପତି ତଥା ବରିଷ୍ଠ ସମାଜସେବୀ ମଧୁସୂଦନ ନାୟକଙ୍କ ସ୍ମୃତିରେ ଶୁକ୍ରବାର ଅର୍ଜୁନପୁର ମେଳନମଣ୍ଡପ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍
MADHUSUDAN NAYAK SRADHANJALI


ଭଦ୍ରକ, ୧୮ ଜୁଲାଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକର ଅବସରପ୍ରାପ୍ତ ଗ୍ରାମସେବକ, ଭାରତୀୟ ଜନତା ପାର୍ଟିର ଅର୍ଜୁନପୁର ପଂଚାୟତ ସଭାପତି ତଥା ବରିଷ୍ଠ ସମାଜସେବୀ ମଧୁସୂଦନ ନାୟକଙ୍କ ସ୍ମୃତିରେ ଶୁକ୍ରବାର ଅର୍ଜୁନପୁର ମେଳନମଣ୍ଡପ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ ସୁତାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ରାଉତ ପରିଚାଳନା କରିଥିଲେ। ସଭାରେ ମନ୍ତ୍ରୀଙ୍କ ପ୍ରତିନିଧି ଆଶୋକ ପୁହାଣ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଜନସେବା, ସାମାଜିକ କାର୍ଯ୍ୟ ଓ ସଂଗଠନ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଚତୁର୍ଭୁଜ ନାୟକ, ରାମଚନ୍ଦ୍ର ମିଶ୍ର, ଅନ୍ତର୍ଯ୍ୟାମୀ ପତି, ବିଦ୍ୟାଧର ରାଉତ, ବୀରେନ୍ଦ୍ର ଜେନା, ଇଂ. ରୁଦ୍ରକିଶୋର ନାୟକ, ଅଧର ପରିଡ଼ା, ଦୟାନିଧି ମିଶ୍ର, ସାରଥି ପଣ୍ଡା, ରବୀନ୍ଦ୍ର ପାଣି, ରମେଶ ମାଝୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ନାୟକଙ୍କ କର୍ମମୟ ଜୀବନ ଓ ଅଂଚଳ ପ୍ରତି ତାଙ୍କର ଅବଦାନ ସ୍ମରଣ କରିଥିଲେ। ସଭା ଆରମ୍ଭରେ ସ୍ୱର୍ଗତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବାବେଳେ ଶେଷରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande