ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ ଏବଂ ଜାତୀୟ ଉଦ୍ୟାନ କୃଷି ମିଶନ ଅଧୀନରେ ଅନ୍ତରାଜ୍ୟ ଚାଷୀମାନଙ୍କ ପାଇଁ ଦିନିକିଆ ତାଲିମ କାର୍ଯ୍ୟକ୍ରମ
ଜୟପୁର, ୧୮ ଜୁଲାଇ (ହି.ସ.)- ଜୟପୁର ସ୍ଥିତ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଠାରେ ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ ଏବଂ ଜାତୀୟ ଉଦ୍ୟାନ କୃଷି ମିଶନ ଅଧୀନରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, କୋଷାଗୁମୁଡା ଓ
ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ (lଏବଂ ଜାତୀୟ ଉଦ୍ୟାନ କୃଷି ମିଶନ  ଅଧୀନରେ ଅନ୍ତରାଜ୍ୟ  ଚାଷୀମାନଙ୍କ ପାଇଁ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ


ଜୟପୁର, ୧୮ ଜୁଲାଇ (ହି.ସ.)- ଜୟପୁର ସ୍ଥିତ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ଠାରେ ସମନ୍ୱିତ ଉଦ୍ୟାନ କୃଷି ବିକାଶ ମିଶନ ଏବଂ ଜାତୀୟ ଉଦ୍ୟାନ କୃଷି ମିଶନ ଅଧୀନରେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକରୁ 90 ଜଣ ଚାଷୀ ଅଂଶ ଗ୍ରହଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ AHO, ଶ୍ରୀ ରବି ଶଙ୍କର ପଣ୍ଡା, ଡାବୁଗାଁ, ଶ୍ରୀ ସୁନୀଲ କୁମାର ସାହୁ AHO- କୁନ୍ଦ୍ରା ଏବଂ ଶ୍ରୀ ସୁଦୀପ୍ତ ସୌରଭ ସାହୁ ଉପସ୍ଥିତ ରହି ଚାଷୀ ମାନଙ୍କୁ ବିଭିନ୍ନ ପନି ପରିବା ଚାଷ, ଫଳ ଚାଷ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ତରଫରୁ ମିଳୁଥିବା ଯୋଜନା ବିଷୟରେ ବୁଝାଇଥିଲେ। ସେହିଭଳି ଅନେକ ଚାଷୀ ଫଳ ବୃକ୍ଷରୋପଣ କଲେ ତାହା କିଭଳି ଜୀବନ ଜୀବିକାରେ ସହାୟକ ହୋଇପାରିବ ତାହା ଉପରେ ଆଲୋଚନା କରିଥିଲେ। ପରବର୍ତ୍ତୀ ମୁହର୍ତ୍ତରେ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନର ନିର୍ଦେଶକ ପ୍ରଶାନ୍ତ କୁମାର ପରିଡା ରାସାୟନିକ ସାର କବଳରୁ ଜମିକୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ଜୈବିକ ସାର ଚାଷୀ ମାନେ ନିଜେ କିଭଳି ପ୍ରସ୍ତୁତ କରି ଜମିରେ ପ୍ରୋୟୋଗ କରି ଜମିର ଉର୍ବରତା ପୁନର୍ବାର ଫେରାଇ ଆଣି ପାରିବା ସହ ଭଲ ଅମଳ ପାଇ ପାରିବା ବୁଝାଇଥିଲେ। ପରେ ପ୍ରତାପ ଚନ୍ଦ୍ର ଜେନା ଏବଂ କୃତିବାସ ରାଉତ ମାଣ୍ଡିଆ ଚାଷ ଏବଂ ସମନ୍ୱିତ କୃଷି ପ୍ରଣାଳୀରେ ମାଛ ଚାଷ, ପନିପରିବା ଚାଷ, ଛତୁ ଚାଷ ଏବଂ ମିଶ୍ରିତ ଚାଷ ଉପରେ ଚାଷୀ ମାନଙ୍କୁ ବୁଝାଇ ଥିଲେ ପରିଶେଷରେ ସମସ୍ତ ଚାଷୀ ସ୍ଵାମୀନାଥନ୍ କ୍ୟାମ୍ପସ ପରି ଦର୍ଶନ କରି ସମସ୍ତ ଚାଷ ପ୍ରଣାଳୀ ବୁଲି ଦେଖି ଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ରବି ଶଙ୍କର ପଣ୍ଡା, AHO- ଡାବୁଗାଁ ପରିଚାଳନା କରିବା ସହ ଲଷ୍ମୀ ନାୟକ, HO- ପାପଡାହାଣ୍ଡି ଏବଂ ଜଳେନ୍ଦ୍ର ଅମାନତ୍ୟ- HEW - କୋଷାଗୁମୁଡା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande