ଜମି ଦେଖାଇବା ବାହାନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ
ଜମି ଦେଖାଇବା ବାହାନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ
ଜମି ଦେଖାଇବା ବାହାନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଅଭିଯୁକ୍ତ ଗିରଫ


ସମ୍ବଲପୁର,୧୮, ଜୁଲାଇ (ହି.ସ.) ଜମି ଦେଖାଇବା ବାହାନାରେ ଡାକି ଜଣେ ଯୁବକ ଓ ତାଙ୍କ ସାଙ୍ଗଙ୍କୁ ଲୁହା ରଡ୍ ଏବଂ କୁରାଢ଼ିରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରି କତରବଗା ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ଅନୁସାରେ, କତରବଗା ଥାନାରେ ରୁଜ୍ଜୁ ୮୬/୨୬ ମାମଲା ଅନୁଯାୟୀ, ରେଙ୍ଗାଲି ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଆକାଶ ଓରାମ (୨୨) ୧୭ ଜୁଲାଇ ସନ୍ଧ୍ୟା ୫ଟା ୪୩ ମିନିଟ୍ରେ କତରବଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ୧୬ ଜୁଲାଇରେ ମହାଦେବ ଖଡ଼ିଆ ତାଙ୍କୁ କଡ଼ଲିପିଠାରେ ଜମି ଦେଖିବା ପାଇଁ ଡାକିଥିଲେ। ସେଠାରେ ମହାଦେବ ଖଡ଼ିଆ, ମଣ୍ଟୁ ଖଡ଼ିଆ ଓ ଗୁରୁବାରୁ ଖଡ଼ିଆ ମିଳି ତାଙ୍କ ସାଙ୍ଗଙ୍କୁ ଲୁହା ରଡ୍ ଓ କୁରାଢ଼ିରେ ଆକ୍ରମଣ କରିଥିଲେ। ପରେ ଅନ୍ୟ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ପୋଲିସ ଜୁଲାଇ ୧୮ ତାରିଖ ସକାଳେ କଡ଼ଲିପିଠା-ଡୁଙ୍ଗୁରିପଡ଼ା ଗ୍ରାମର ମହାଦେବ ଖଡ଼ିଆ (୨୮) ଓ ଗୁରୁବାରୁ ଖଡ଼ିଆ (୬୭)ଙ୍କୁ ଗିରଫ କରିଛି।

ଘଟଣାର ଅନ୍ୟତମ ଅଭିଯୁକ୍ତ ତଥା ଆହତ ମଣ୍ଟୁ ଖଡ଼ିଆ (୨୫), ଖୁଲିଆ ଗ୍ରାମ, ସାସନ ଥାନା ଅଞ୍ଚଳର ବାସିନ୍ଦା, ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande