ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ
ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ
ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ


ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ


ସମ୍ବଲପୁର,୧୮, ଜୁଲାଇ (ହି.ସ.)

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ମେରା ଯୁବ ଭାରତ, ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ସମନ୍ୱୟ କମିଟିର ବୈଠକ ଶନିବାର କଲେକ୍ଟରେଟ୍ ସ୍ଥିତ ଏସ୍.ଏସ୍. କନଫରେନ୍ସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଶୋକ କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ। ସେ ଜିଲ୍ଲାରେ ଯୁବମାନଙ୍କୁ ସାମାଜିକ ସେବା, ସ୍ୱେଚ୍ଛାସେବା, କୌଶଳ ବିକାଶ, ପରିବେଶ ସୁରକ୍ଷା, ନେତୃତ୍ୱ ବିକାଶ ଓ ରାଷ୍ଟ୍ର ଗଠନମୂଳକ କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ବୈଠକରେ ଜିଲ୍ଲା ପରିଷଦ ପ୍ରସନ୍ନ କୁମାର ପାତ୍ର କହିଥିଲେ ଯେ, ବ୍ଲକ୍ ସ୍ତରରେ ଯୁବ ଗୋଷ୍ଠୀକୁ ଅଧିକ ସଶକ୍ତ କରାଯିବ। ଯୁବମାନଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସହ ଆର୍ଥିକ ସହାୟତା ଓ ସରକାରୀ ଯୋଜନାର ସୁବିଧା ଯୋଗାଇବାକୁ ପଦକ୍ଷେପ ନିଆଯିବ। ମେରା ଭାରତ ସ୍ୱେଚ୍ଛାସେବକ ମାନଙ୍କ ସହଯୋଗରେ ପ୍ରତ୍ୟେକ ବ୍ଲକ୍ରେ ଯୁବ ନେତୃତ୍ୱକୁ ମଜବୁତ କରାଯିବ।

ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର ବୈଠକର ଉଦ୍ଦେଶ୍ୟ, ମେରା ଭାରତର କାର୍ଯ୍ୟକ୍ରମ, ଯୁବ ସ୍ୱେଚ୍ଛାସେବକଙ୍କ ଭୂମିକା ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକରେ ଡ଼. ସତ୍ୟନାରାୟଣ ତାଣ୍ଡି , ଜିଲ୍ଲା କ୍ରୀଡ଼ା ଅଧିକାରୀ, ଡ଼. ଏସ୍.କେ. ତିରିୟା, ସତ୍ୟବ୍ରତ ସାହୁ , କାର୍ତ୍ତିକୃଷ୍ଣ ବେହେରା (ଉପ ନିର୍ଦ୍ଦେଶକ, ଦକ୍ଷତା ବିକାଶ ଓ ନିଯୁକ୍ତି), କଳ୍ୟାଣୀ ପ୍ରଧାନ , ଦେବକିଶୋର ନାୟକ, ଯୋଗେଶ୍ୱର ପାଇକ (ସହକାରୀ ଶିଳ୍ପ ଅଧିକାରୀ), ଦେବାଶିଷ ସାହୁ , ପ୍ରତିମା ତାନ୍ତି , ଅନୀତା ଏକ୍କା , ନାଏବ ସୁବେଦାର ସନ୍ତୋଷ ଟେଟେ, ରୋଜାଲିନା ତିର୍କୀ (ସଚିବ, ରେଡକ୍ରସ), ଡ଼. ବୀରେନ୍ଦ୍ର ବେହେରା (କାର୍ଯ୍ୟକ୍ରମ ସମନ୍ୱୟକ, ଏନ୍ ଏସ୍ଏସ ବ୍ୟୁରୋ, ସମ୍ବଲପୁର ବିଶ୍ୱବିଦ୍ୟାଳୟ), ଶାନ୍ତନୁ ପ୍ରଧାନ (DNO, NSS), ଡ଼. ସିଦ୍ଧାନ୍ତ ମହାନ୍ତି (NSS Programme Officer, ହୀରାକୁଦ କଲେଜ), ଡ଼. ମହେନ୍ଦ୍ର ଏନ୍. ଧାରୁଆ (NSS PO, OMCHR), ସୁରେଶ ଏକ୍କା (NSS PO, NSCB College), ଡ଼. ସନ୍ଧ୍ୟାମୟୀ ସାହୁ (NSS PO, Women's College), ଇନ୍ଦ୍ରଜିତ ପଟେଲ (ଅବସରପ୍ରାପ୍ତ ଆକାଉଣ୍ଟାଣ୍ଟ-cum-Programme Assistant), ଏବଂ MY Bharat Volunteers ମସୁଦ ଆଲମ, ପ୍ରତାପ ଦେଓ ଓ ନୟନ ସାହୁ ଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।

ବୈଠକରେ ଜିଲ୍ଲାରେ MY Bharat କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା, ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ, ସାମାଜିକ ଦାୟିତ୍ୱବୋଧ ବୃଦ୍ଧି ଏବଂ ସରକାରୀ ବିଭାଗମାନଙ୍କ ସହ ସମନ୍ୱୟ ରଖି ବ୍ଲକ୍ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପହଞ୍ଚାଇବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଯୁବ ଶକ୍ତି – ରାଷ୍ଟ୍ର ଶକ୍ତି ସ୍ଲୋଗାନକୁ ସାମ୍ନାରେ ରଖି ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande