



ସମ୍ବଲପୁର, ୧୮, ଜୁଲାଇ (ହି.ସ.) ପଶ୍ଚିମ ଓଡ଼ିଶାର ଅଗ୍ରଣୀ ନିଟ୍ କୋଚିଂ ପ୍ରତିଷ୍ଠାନ ଆକାଶ ଇନ୍ସ୍ଟିଟ୍ୟୁଟ୍ ପାଇଁ ଚଳିତ ବର୍ଷ ଏକ ବଡ଼ ସଫଳତା ମିଳିଛି । ନିଟ୍-୨୦୨୬ ପରୀକ୍ଷାରେ ପ୍ରତିଷ୍ଠାନର ୧୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବାରୁ ଆଜି ଇନ୍ସ୍ଟିଟ୍ୟୁଟ୍ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଶିକ୍ଷଣ ଓ ସେମାନଙ୍କ ଅଭିଭାବକମାନେ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ବର୍କ୍ଷମାନ ଇନ୍ସ୍ଟିଟ୍ୟୁଟ୍ରେ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଗତ ୪ ବର୍ଷ ଧରି ମେଡିକାଲ୍ ଏଂଟ୍ର୍ରାନ୍ସ କୋଚିଂ କ୍ଷେତ୍ରରେ ପ୍ରତିଷ୍ଠାନ କ୍ରମାଗତ ଭାବେ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ କରିଆସୁଛି। ପ୍ରଥମ ବର୍ଷରେ କେବଳ ୪ ଜଣ ଛାତ୍ରଛାତ୍ରୀ ନିଟ୍ ଯୋଗ୍ୟତା ହାସଲ କରିଥିବାବେଳେ, ଚଳିତ ବର୍ଷ ସେହି ସଂଖ୍ୟା ବୃଦ୍ଧି ପାଇ ୧୭ରେ ପହଂଚିଛି।
ଇନ୍ସ୍ଟିଟ୍ୟୁଟରେ ଅଭିଜ୍ଞ ଶିକ୍ଷକମଣ୍ଡଳୀ, ଆଧୁନିକ ଶିକ୍ଷାଦାନ ପଦ୍ଧତି ଓ ଉନ୍ନତ କୋଚିଂ ବ୍ୟବସ୍ଥା ରହିଛି। ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ପ୍ରାୟ ୮ ଘଂଟା ପର୍ଯ୍ୟନ୍ତ ଇଂଟେନ୍ସିଭ୍ କୋଚିଂ ଦିଆଯାଉଥିବା ସହ ନିୟମିତ ପରୀକ୍ଷା, ଏକାଡେମିକ୍ ସପୋର୍ଟ ଏବଂ ବ୍ୟକ୍ତିଗତ ଗାଇଡାନ୍ସ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଛି। ଆଗାମୀ ବର୍ଷ ଗୁଡ଼ିକରେ ଚଳିତ ବର୍ଷ ଠାରୁ ଆହୁରି ଉତ୍କୃଷ୍ଟ ଫଳାଫଳ ହାସଲ କରିବାକୁ ପ୍ରତିଷ୍ଠାନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ