
ଝାରସୁଗଡ଼ା, ୧୮ ଜୁଲାଇ (ହି.ସ.)- ସରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାପସ କୁମାର ମିଶ୍ରଙ୍କ ଆହ୍ୱାନକ୍ରମେ ଆୟୋଜିତ ସାଧାରଣ ବୈଠକରେ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ ୧୫ ଜଣିଆ ପରିଚାଳନା କମିଟି ଗଠନ କରିଥିଲେ। ନବଗଠିତ କମିଟିର ସଭାପତି ଭାବେ ସଞ୍ଜୟ କୁମାର ଜେନା ଏବଂ ଉପସଭାପତି ଭାବେ ସୁଦୀପ୍ତା ଜେନାଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି।
ଅଭିଭାବକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଏବିଇଓ ସୁଶାନ୍ତ ହୋତା, ସାମାଜିକ କର୍ମୀ ସତ୍ୟନାରାୟଣ ପାଢ଼ୀ, ବିନୟ ବାରିକ ଓ ଆଇନଜୀବୀ ଅଶୋକ କୁମାର ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତନ୍ମୟୀ ପିଙ୍ଗ ନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ, ଶିକ୍ଷୟିତ୍ରୀ ଗୀତାରାଣୀ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ