ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତି : ଆସନ୍ତାକାଲିଠୁ ଭକ୍ତ ପାଇବେ ଆଡ଼ପ ଅଭଡ଼ା
ପୁରୀ, ୧୮ ଜୁଲାଇ (ହି.ସ.)- ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ରଥ ଉପରେ ସଂନ୍ଧ୍ୟାଧୂପ ପରେ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା । ଶ୍ରୀଜୀଉ ମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଛନ୍ତି । ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ଶ୍ରୀ ବଳଭଦ୍ର ଆଡ଼ପ ମଣ୍ଡପକୁ ବି
ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତି


ପୁରୀ, ୧୮ ଜୁଲାଇ (ହି.ସ.)- ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ରଥ ଉପରେ ସଂନ୍ଧ୍ୟାଧୂପ ପରେ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା । ଶ୍ରୀଜୀଉ ମାନେ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଛନ୍ତି । ପ୍ରଥମେ ଶ୍ରୀ ସୁଦର୍ଶନ, ପରେ ଶ୍ରୀ ବଳଭଦ୍ର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି । ଏହାପରେ ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହୋଇଛି । ଆଡ଼ପ ପହଣ୍ଡି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ଠାରୁ ଆଡ଼ପ ଦର୍ଶନ ସାଙ୍ଗକୁ ଭକ୍ତ ଆଡ଼ପ ଅବଢ଼ା ପାଇପାରିବେ । ନବଦିନାତ୍ମକ ରଥଯାତ୍ରା ଉତ୍ସବରେ ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରେ ସପ୍ତାହେ ବ୍ୟାପୀ ଅବସ୍ଥାନ କରିବେ । ଜନ୍ମବେଦିରେ ଲୀଳା ରଚିବେ । ଯାହାକି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଅନ୍ୟ ଏକ ନିଦର୍ଶନ ।

ଅନୁକୂଳ ପାଗ ଯୋଗୁଁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶରଧାବାଲିରେ ରଥାରୁଢ଼ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ପହଣ୍ଡି ସମୟରେ ଘଂଟ ଘଂଟା, ବିଜେ କାହାଳୀ, ଶଙ୍ଖର ଧ୍ୱନୀ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଉଠୁଛି ଗଗନ ପବନ । ପୁରି ଉଠୁଛି ଶରଧାବାଲି । ରଥ ଉପରେ ସଂନ୍ଧ୍ୟାଧୂପ ପରେ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଛି । ପରେ ରୁନ୍ଧା ନୀତି ବଢି ବଡ ସିଂହାର ବେଶ କରି ପହୁଡ ହୋଇଛି । ଆସନ୍ତା କାଲି ଠାରୁ ଜନ୍ମ ବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ । ଶ୍ରୀଜୀଉଙ୍କ ଆଡ଼ପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି ।

ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଅପରାହ୍ନ ୩ଟା ସୁଦ୍ଧା ଲାଗିଥିଲା ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ତିନି ରଥ ଚତୁଃପାଶ୍ୱର୍ରେ କର୍ଡ଼ନ କରାଯାଇଛି । ସଶସ୍ତ୍ର ପୋଲିସ ବାହିନୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁରୀ ସହରର ବିଭିନ୍ନ ସ୍ଥାନ ସମେତ ବଡଦାଣ୍ଡ, ରଥ ଚାରିପାଖ, ସମୁଦ୍ର କୂଳ ଓ ରେଳଷ୍ଟେସନରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande