ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୬ ସ୍ଥାନରେ ଭୀଷଣ ବର୍ଷା : ପୁରୀ ଜିଲ୍ଲାର ସତ୍ୟବାଦୀରେ ସର୍ବାଧିକ ୧୦୫.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ପୁରୀ ଜିଲ୍ଲାର ସତ୍ୟବାଦୀରେ ସର୍ବାଧିକ ୧୦୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୯୮.୪ ମି.ମି., ପୁରୀ ଜିଲ୍ଲାର ଗୋପରେ ୯୬.୦ ମି.ମି., କେନ୍ଦ୍ରାପଡ଼
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୬ ସ୍ଥାନରେ ଭୀଷଣ ବର୍ଷା : ପୁରୀ ଜିଲ୍ଲାର ସତ୍ୟବାଦୀରେ ସର୍ବାଧିକ ୧୦୫.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୮ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ପୁରୀ ଜିଲ୍ଲାର ସତ୍ୟବାଦୀରେ ସର୍ବାଧିକ ୧୦୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୯୮.୪ ମି.ମି., ପୁରୀ ଜିଲ୍ଲାର ଗୋପରେ ୯୬.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ାରେ ୯୨.୦ ମି.ମି., ପୁରୀ ଜିଲ୍ଲାର ନିମାପଡାରେ ୮୮.୦ ମି.ମି., ପୁରୀରେ ୮୬.୬ ମି.ମି., ଅସ୍ତରଙ୍ଗରେ ୮୨.୦ ମି.ମି., ଯାଜପୁର ଜିଲ୍ଲାର ବରିରେ ୮୦.୦ ମି.ମି., ଜଗତସିଂହପୁର ଜିଲ୍ଲାର ନାଉଗାଁରେ ୭୫.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୭୨.୦ ମି.ମି., ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ୭୧.୬ ମି.ମି. ଏବଂ ବିରିଡ଼ିରେ ୭୦.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande