
ଜୟପୁର, ୧୮ ଜୁଲାଇ(ହି.ସ.) – ଜୟପୁର ବାଙ୍କମଠ ମାଉଁସି ମାଁ ମନ୍ଦିରରେ ଆଜି ଶ୍ରୀ ଜିଉ ମତ୍ସ୍ୟ ଓ କଛପ ଅବତାରରେ ଦର୍ଶନ ଦେଲେ। ଗତକାଲି ରାତ୍ର ୧୧ ଟା ସମୟରେ ରଥ ବାଙ୍ଗମଠ ଠାରେ ପହଂଚି ଥିଲା। ସେଠାରେ ପହଣ୍ଡି କରି ମାଉସି ମା ଘରକୁ ନିଆଯାଇଥିଲା। ସେଠାରେ ନିତା କାନ୍ତି କରାଯାଇଥିଲା। ଆଜି ସକାଳ ୯ଟା ସମୟରେ ଆଳତି କରାଯାଇଥିଲା। ସଂନ୍ଧ୍ୟାରେ ମତ୍ସ୍ୟ ଓ କଛପ ଅବତାରରେ ଦର୍ଶନ ଦେଇଥିଲେ। କୋରାପୁଟ ଜିଲା ଜୟପୁର ଐତିହାସିକ ରଥଯାତ୍ରାରେ କଡା ସରୁକ୍ଷା ବଳୟରେ ପାରମ୍ପରିକ ରିତି ନିତି ଅନୁଯାଇ ରଥ ଟଣା ଆରମ୍ଭ କରାଯାଇଥିଲା। ସାରା ରାଜ୍ୟରେ ି ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜୟପୁରରେ ତା ପରଦିନ ଶୁକ୍ରବାର ରଥ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁବାର ଠାକୁର ଙ୍କ ପହଣ୍ଡି କରାଯାଇ ରଥା ରୁଡ କରାଯାଇଥିବା ବେଳେ ଶୁକ୍ରବାର ଅପରାହ୍ନ ୪ଟା ଘଂଟା ସମୟରେ ରଥଟଣା କାଯ୍ୟ ଆରମ୍ଭ କରାଯାଇ ଥିଲା। ରଜାନହର ଠାରୁ ରଥଟଣା ଆରମ୍ଭ କରାଯାଇ ଥିଲା। ପ୍ରଥମେ ବିଧାୟକ ତାରା ପ୍ରସାଦ ବାହିନିପତି ନଡିଆ ଭାଙ୍ଗି ରଥଟଣା ଶୁଭାରମ୍ଭ କରିଥିଲେ। ଡାହୁକର ହେ ଭକତେ ହୋ ଡାକର ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଜୟପୁର ବଡଦାଣ୍ଡ। ଗିତା ଭବନ ନିକଟରେ ଥିବା ଏକ ଗଛରେ ରଥ ଲାଗି ଯାଇଥିଲା। ଜୟପୁର ଦମକଳ ବାହିନି ଗଛ କୁ କାଟିବା ପରେ ପୁଣି ରଥ ଟଣା ଆରମ୍ଭ ହୋଇଥିଲା। ବାଙ୍କମଠ ଠାରେ ପ୍ରଭୁ ତିନି ଠାକୁର ଦଶ ଅବତାର ରେ ଦଶ ଦିନ ଭକ୍ତ କୁ ଦର୍ଶନ ଦେବେ। ବଡ ରଥକୁ ପୁରୁଷମାନେ ଟାଣି ଥିବା ବେଳେ ଛୋଟ ରଥ ଅର୍ଥାତ ପତିତପାବନଙ୍କ ରଥକୁ ମହିଳାମାନେ ଟାଣି ଥିଲେ। ବାଜା, ଘଂଟରେ ବଡଦାଣ୍ଡ ମୁଖରିତ ହୋଇପଡିଥିଲା। ପୋଲିସ ତରଫରୁ କଡା ସୁରକ୍ଷା କରାଯାଇ ଥିବା ବେଳେ ୯ ପ୍ଲାଟୁନ ପୋଲିସ ସହ ୪୦ ଜଣ ଅଫିସର ମୁତୟନ ହୋଇଥିଲେ। ଭକ୍ତ ମାନେ ଯେପରି ସୁରୁଖୁରୁରେ ରଥ ଟାଣି ପାରିବେ ସେ ନେଇ ପ୍ରଶାସନ ତରଫରୁ ସବୁପ୍ରକାର ବ୍ୟବସ୍ଥା କରାଯାଇ ଥିଲା। ହଜାର ହଜାର ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନେ ସେମାନଙ୍କ ପରମ୍ପରିକ ପୋଷାକ ପିନ୍ଧି ରଥଟଣାରେ ଭାଗ ନେଇଥିଲେ। ସଂକୀର୍ତନ ମଣ୍ଡଳି ସହ ଘଂଟୁଆମାନଙ୍କ ଘଂଟ ବାଜାରେ ଜୟପୁର ବଡଦାଣ୍ଡ ଉତ୍ସବ ମୁଖର ହୋଇ ପଡିଥିଲା। ଜୟପୁର ମୁଖ୍ୟ ରାସ୍ତାର ଦୁଇ ପାଶ୍ୱର୍ରେ ଥିବା କୋଠାମାନଙ୍କରେ ରଥଟଣା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା। ରଥ ଟଣା ସମୟରେ ଭକ୍ତମାନେ ବାଟ ମାନଙ୍କରେ କାକରା ନଡିଆ, କଦଳି, ପଣା ଭୋଗ ଲାଗି କରାଯାଇଥିଲା। ଚଳିତ ବର୍ଷ ନୁତନ ରଥ ହୋଇଥିବା ବେଳେ ପ୍ରବଳ ଜନସମାଗମ ହୋଇଥିଲା । ରଥ ଟଣା ସମୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ଜୟପୁର ତହସିଲଦାର ସବ୍ୟସାଚି ଜେନା, ଦେବୋତର ଉପଦେଷ୍ଠା କମିଟି ସଭାପତି ଦେବେନ୍ଦ୍ର ବାହୀନିପତି ଜୟପୁର ଏସଡିପିଓ ଅଚ୍ଚିତା ମିତଲ, ଟାଉନ ଥାନା ଅଧିକାରି ଉଲ୍ଲାସ ରାଉତ, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର ଉପାଧ୍ୟକ୍ଷ ବି ସୁନିତା, ପୌର କାର୍ଯ୍ୟନିବାହି ଅଧିକାରି ପୁଜା ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି