
ଜୟପୁର, ୧୮ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ତତ୍ଵାବଧାନରେ ଆଜି ଲକ୍ଷ୍ମୀପୁର ବ୍ଲକର ମିଶନଶକ୍ତି ଗୃହ ପରିସରରେ ପିତୃମାତୃହୀନ ଏବଂ ଏକକ ଅବିଭାବକ ଶିଶୁଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା | ଉକ୍ତ କ୍ୟାମ୍ପରେ ମୋଟ ୧୬୩ ଜଣ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନା କରାଯାଇଥିଲା | ଶିଶୁମଙ୍ଗଳ ସମିତିର ତଦନ୍ତ ସମାପ୍ତ ପରେ ସେହି ଶିଶୁମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାରେ ସାମିଲ କରାଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରାଯିବ | କୋରାପୁଟ ଜିଲ୍ଲା ମହିଳା ଓ ଶିଶୁ ବିକାଶ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, କୋରାପୁଟ ଏବଂ ଆଇସିଡ଼ିଏସ , ଲକ୍ଷ୍ମୀପୁର ର ମିଳିତ ଆନୁକୂଲ୍ୟରେ ଉକ୍ତ କ୍ୟାମ୍ପର ଆୟୋଜନ କରାଯାଇଥିଲା | ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧକ୍ଷା ଡା. ଗାୟତ୍ରୀ ଦେବୀ ଏବଂ ସଦସ୍ୟ ଶ୍ରୀ ସୁରେଶ କୁମାର ହୋତା / ସଦସ୍ୟା ଶ୍ରୀମତୀ ଶିବାନୀ ପାତ୍ର ଉପସ୍ଥିତ ରହି ଶିଶୁ ମାନଙ୍କ ଉପସ୍ଥାପନା ନେଇଥିଲେ | ଲକ୍ଷ୍ମୀପୁର ସିଡିପିଓ ଶ୍ରୀମତୀ ଲତା ପ୍ରଧାନ, ଆଇସିଡ଼ିଏସ ସୁପ୍ରଭାର୍ଜର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକତ୍ତା, ହେଲ୍ପ ଚାଇଲଡ ଲାଇନ ର କର୍ମକର୍ତ୍ତା ଏବଂ ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପିକେପି