

କନ୍ଧମାଳ, ୧୮ ଜୁଲାଇ (ହି.ସ.)- ଫୁଲବାଣୀ ଶ୍ରୀଅରବିନ୍ଦ ପାଠଚକ୍ରର ବାର୍ଷିକ ଜିଲ୍ଲା ସମ୍ମିଳନୀ ବା ଅସ୍ପୃହା ମଣ୍ଡଳ ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ୧୮ ଜୁଲାଇରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ l ସେହିପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଳକ୍ ରୁ କର୍ମୀ ଓ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଫୁଲବାଣୀ ଶ୍ରୀଅରବିନ୍ଦ ପାଠଚକ୍ର ଅନୁଷ୍ଠାନର ପରିଚାଳକ ହେମନ୍ତ କୁମାର ପଟ୍ଟନାୟକ ତଥା ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ସୁବୁଦ୍ଧି, ପ୍ରକାଶ କୁମାର ଆଚାର୍ଯ୍ୟ, ଆଶା ଅପା, ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ଭାଈ ଓ ଭଉଣୀମାନେ ଯୋଗ ଦେଇଥିଲେ l
ସେହିପରି ରାଜ୍ୟ ସ୍ତରୀୟ ପଦାଧିକାରୀଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ଦାଶ, ସରୋଜ କୁମାର ପଟ୍ଟନାୟକ, ଲଲାଟେନ୍ଦୁ ସାମନ୍ତ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି l ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ସମ୍ପର୍କିତ ଅନେକ ଆଧ୍ୟାତ୍ମିକ ସାହିତ୍ୟ, ଉପକରଣ ଓ ସୁଗନ୍ଧିତ ଧୂପକାଠି ଆଦିର ବିପ୍ପଣି ଖୋଲା ଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ