
ବଲାଙ୍ଗୀର, ୧୮ ଜୁଲାଇ(ହି.ସ.) – ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ୍ସ କଂପ୍ଲେକ୍ସ ସନ୍ତରଣ ଗାରରେ ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ହୋଇଥିଲା। ଜ଼ିଲ୍ଲାର ବିଭିନ୍ନ ସ୍ଥାନରୁ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୯ଜଣ ଖେଳାଳି ୬୬ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ପାଇଁ ମନୋନୀତ ହୋଉଛନ୍ତି। ୨୦ରୁ ୨୨ ଜୁଲାଇ ଯାଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସନ୍ତରଣଗାରରେ ୬୬ତମ ରାଜ୍ୟ ସବ ଜୁନିଅର ଏବଂ ଜୁନିଅର ସନ୍ତରଣ ପ୍ରତିଯୋଗିତାରେ ଅନୁଷ୍ଠିତ ହେବ। ସ୍ପୋର୍ଟ୍ସ ହଷ୍ଟେଲ ଇନଚାର୍ଜ ପରାଶର ବାଗ ଏବଂ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ସମ୍ପାଦକ ତଥା ରାଜ୍ୟ ସନ୍ତରଣ ସଂଘ ଉପ ସଭାପତି ଶ୍ରୀଯୁକ୍ତ ସୁମିତ ରଞ୍ଜନ ପୁରୋହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଜ଼ିଲ୍ଲା ପାଇଁ ଗୌରବ ଆଣିବ ବୋଲି କହିଥିଲେ। କୋଚ ଭାବରେ ନରେଶ ପ୍ରଧାନ, ସୁରେଶ ପ୍ରଧାନ, ଶୈଳେନ୍ଦ୍ରି ବର୍ଗତି, ସୀମା ରାଉତ ତରୁଣ ସେଠ, ଦେବୀଦତ ଘିବେଲା ମ୍ୟାନେଜେର ଭାବରେ ପୂର୍ଣ୍ଣ ଚନ୍ଦ୍ର ବିଶି ଉପସ୍ଥିତ ଥିଲେ କ୍ଷଖେଳାଳି ଦୟା ସାଗର କଠାର, ସୋମନାଥ ପୁଟେଲ, ଆୟୁଷ ରଞ୍ଜନ ଭୁକ୍ତା, ପ୍ରିୟାଂଶୁ ପ୍ରିତମ ପୁରୋହିତ, ସ୍ୱାଗତ ସେଠ, ସମ୍ରାଟ ଗଡତିଆ, ଶ୍ରାବଣ କୁମାର ସେଠ, ମାଣିକେଶ ନାଏକ, ଆଦ୍ୟାଂଶ ପଣ୍ଡା, ରବୀନ୍ଦ୍ର ବେହେରା ,ରାଜକୁମାର ସେଠି ,ରାଜଦୀପ ଶାଣ୍ଢ, ଶକ୍ତିରାଜ ଗଡତିଆ, ଅକ୍ଷିତା ରାଣୀ ସାହୁ, ନୀଳାନ୍ଦ୍ରି ସାହୁ, ସୌରଭ ପୁଟେଲ, ପ୍ରେମ ପ୍ରକାଶ ପ୍ରଧାନ, ଡୋଲାମଣୀ ଗଡତିଆ, ସୌମ୍ୟ ରଞ୍ଜନ ବିଶ୍ୱାଳ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ