ଝାରସୁଗୁଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ; ସ୍ୱତନ୍ତ୍ର ସଘନ ସଂଶୋଧନ ଶୁଣାଣିର ସମୀକ୍ଷା କଲେ ଉପ-ଜିଲ୍ଲାପାଳ
Sub collector review on sir
Sub collector review


ଝାରସୁଗୁଡ଼ା, ୧୮ ଜୁଲାଇ (ହି.ସ.)- ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଅଧିକ ବ୍ୟବସ୍ଥିତ ଓ ତ୍ୱରାନ୍ୱିତ କରାଯାଇଛି। ଏହି ପରିପ୍ରେକ୍ଷୀରେ, ୦୭-ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସବ୍ୟସାଚୀ ପଣ୍ଡା ଏସ ଆଇ ଆର ଅନ୍ତର୍ଗତ ଚାଲିଥିବା ଶୁଣାଣି ପ୍ରକ୍ରିୟାକୁ ତଦାରଖ କରିଛନ୍ତି। ଝାରସୁଗୁଡ଼ା ପୌରାଞ୍ଚଳ ଏବଂ ଲାଇକେରା ବ୍ଲକ ପରିସରରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ଶୁଣାଣି କାର୍ଯ୍ୟକ୍ରମର ସେ ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା କାଳରେ ଉପ-ଜିଲ୍ଲାପାଳ, ଭୋଟର ତାଲିକାରେ ନୂତନ ନାମ ସାମିଲ କରିବା, ସଂଶୋଧନ କରିବା ଏବଂ ବାଦ୍ ପଡ଼ିଥିବା ଆବେଦନଗୁଡ଼ିକର ସଠିକତା ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ଏସ ଆଇ ଆର ପ୍ରକ୍ରିୟା ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ହେବ, ସେଥିପାଇଁ ସେ ଉପସ୍ଥିତ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ଆବଶ୍ୟକୀୟ ଦିଗ୍ଦର୍ଶନ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ନିଜର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଶୁଣାଣି ସମୟରେ ସମ୍ପୃକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande