ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟିଲେ ମହିମା ଧର୍ମର ସାଧକ
ଭୁବନେଶ୍ୱର, ୧୮ ଜୁଲାଇ (ହି.ସ)- ମହିମା ଧର୍ମର ପ୍ରଖର ସାଧକ ବନ୍ଦନୀୟ ବାବା ରଘୁନାଥ ଦାସଙ୍କ ସମେତ ଅନ୍ୟ ପୂଜ୍ୟ ସନ୍ଥମାନେ ଶନିବାର ରାଜ୍ୟ ଉଚ୍ଚଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରିଛନ୍ତି। ଏସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ
jhuk


ଭୁବନେଶ୍ୱର, ୧୮ ଜୁଲାଇ (ହି.ସ)- ମହିମା ଧର୍ମର ପ୍ରଖର ସାଧକ ବନ୍ଦନୀୟ ବାବା ରଘୁନାଥ ଦାସଙ୍କ ସମେତ ଅନ୍ୟ ପୂଜ୍ୟ ସନ୍ଥମାନେ ଶନିବାର ରାଜ୍ୟ ଉଚ୍ଚଶିକ୍ଷା ତଥା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରିଛନ୍ତି।

ଏସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଆଜି ଭୁବନେଶ୍ୱରସ୍ଥିତ ବାସଭବନରେ ମହିମା ଧର୍ମର ପ୍ରଖର ସାଧକ ବନ୍ଦନୀୟ ବାବା ରଘୁନାଥ ଦାସଙ୍କ ସମେତ ଅନ୍ୟ ପୂଜ୍ୟ ସନ୍ଥମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ପ୍ରାପ୍ତ ହେଲା । ଏହି ଅବସରରେ କପିଳାସସ୍ଥିତ ତପୋବନ ମହିମାପୀଠର ଉନ୍ନତି ଓ ସୌନ୍ଦର୍ଯ୍ୟୀକରଣ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande