ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଅଭିଯୋଗ, ଯୁବକ ଗିରଫ୍
ଭଦ୍ରକ, ୧୮ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଜଣେ ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଓ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି।ପୋଲିସ ଏସମ୍ପର୍କରେ ୨୯୪/୨୬ରେ ଏକ ମକଦ୍ଧମା ରୁଜୁକରି ହରିପୁର ଗ୍ରାମର ଅଭିମନ୍ୟୁ ଜେନା (୨୯)ଙ୍
TIHIDI SWASTYAKENDRA AKRAMANA


ଭଦ୍ରକ, ୧୮ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜରୁରୀକାଳୀନ ଡ୍ୟୁଟିରେ ଥିବା ଜଣେ ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଓ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି।ପୋଲିସ ଏସମ୍ପର୍କରେ ୨୯୪/୨୬ରେ ଏକ ମକଦ୍ଧମା ରୁଜୁକରି ହରିପୁର ଗ୍ରାମର ଅଭିମନ୍ୟୁ ଜେନା (୨୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ତିହିଡି ସ୍ୱସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଡାକ୍ତର ସିଦ୍ଧାନ୍ତ କୁମାର ରାଉତଙ୍କ ଅଭିଯୋଗ କରିଛନ୍ତି ଯେ,ଶୁକ୍ରବାର ରାତିରେ ଡାକ୍ତର ରାଉତ ଜରୁରୀ କାଳୀନ ଡ୍ୟୁଟିରେ ଥିବାବେଳେ ଅଭିମନ୍ୟୁ ଜଣେ ରୋଗୀଙ୍କୁ ନେଇ ଆସିଥିଲେ । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଅଭିମନ୍ୟୁ ଡାକ୍ତରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲେ । ସେତେବେଳେ କାର୍ଯ୍ୟରତ ଥିବା ସୁରକ୍ଷା କର୍ମୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଭିମନ୍ୟୁ ଆକ୍ରମଣ କରିଥିଲେ। ଅଭିଯୁକ୍ତ ଅଭିମନ୍ୟୁ ସ୍ୱସ୍ଥ୍ୟକେନ୍ଦ୍ରର ଆସବାବପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗରେ ଦର୍ଶାଯାଉଛି।ତେବେ ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ ତୁରନ୍ତ ଅଭିଯୁକ୍ତ ଅଭିମନ୍ୟୁକୁ ଗିରଫ କରିବାରେ ସକ୍ଷମ ହୋଇଥିବାରୁ ଆଇଆଇସି ଲୋପାମୁଦ୍ରା ନାୟକ ସାଧାରଣରେ ପ୍ରଶଂସିତ ହୋଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande