
କେନ୍ଦ୍ରାପଡ଼ା, ୧୮ ଜୁଲାଇ(ହି.ସ.) – ରଥଦାଣ୍ଡରେ ମୁନିସିପାଲିଟି ପକ୍ଷରୁ ସମୂହ ସଫେଇ କାର୍ଯ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପୌରପାଳିକା ଚେୟାରମ୍ୟାନ୍ ସରିତା ସାହୁ, ପୌରପାଳିକା ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, କାଉନସିଲର ନିରାକାର ସ୍ୱାଇଁ, କାଳୀପ୍ରାଦ ମିଶ୍ର, ଉମେଶ ନାୟକ, ବିଭିନ୍ନ ୱାର୍ଡ଼ର କାଉନସିଲର, ପୌରପାଳିକା କର୍ମଚାରୀ ଓ ସଫେଇ କର୍ମଚାରୀ ପ୍ରମୁଖ ରଥଦାଣ୍ଡରେ ଗଦା ହୋଇରହିଥିବା ଅଳିଆ ସଫେଇ କରିବା ସହ ସ୍ୱଛତାର ବାର୍ତା ଦେଇଥିଲା କେନ୍ଦ୍ରାପଡ଼ା ପୌରପାଳିକା।
.......................................
ହିନ୍ଦୁସ୍ଥାନ ସମାଚାର / ରବି