
କେନ୍ଦ୍ରାପଡ଼ା, ୧୮ ଜୁଲାଇ(ହି.ସ.) – ପବିତ୍ର ଶ୍ରୀ ଗୁଣ୍ଡିଚାରେ ପଶ୍ଚିମ ପଟ୍ଟାମୁଣ୍ଡାଇ ଆଂଚଳିକ ଯାଦବ ସଭା ତରଫରୁ ପ୍ରଭୁ ଦଧିବାମନଜୀଉଙ୍କୁ ପାଟଲାଗି କରିବା ସହିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ତା’ସହିତ ଏକ ସଭା ଆୟୋଜନ କରାଯାଇଥିଲା ବହୁ ଯାଦବ ଭାଇ ଭଉଣୀ ଉପସ୍ଥିତ ହୋଇ ଯାଦବମାନଙ୍କ ଐତିହ୍ୟ ପରମ୍ପରା ବିଷୟରେ ଆଲୋଚନା କରାଯାଇଥିଲା। ରଥରେ ରଥାରୁଢ଼ ହେଲେ ଚଉଦକୁଲାଟର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଜୀଉ। ପ୍ରାୟ ୯ଟାବେଳେ ଦିଅଁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଦିଅଁ ରଥାରୁଢ଼ ହେବାପରେ ଚାରମାଳ ଖୋଲାଯାଇ ଛେରାପହଁରା ନୀତି ସମ୍ପନ୍ନ ହୋଇଥିଲା। ପରେପର ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣି ନେଇଥିଲେ। ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା। ପ୍ରବଳ ବର୍ଷା ସତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିବା ପାଇଁ ପହଂଚିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି