ଦେଶୀ ଓ ରନ୍ଧା ମଦ ଜବତ, ତିନି ଗିରଫ
ବଲାଙ୍ଗୀର, ୧୮ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଲୋଇସିଂହା ଅବକାରୀ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଭାଟିମଦ ଓ ରନ୍ଧାମଦ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସ୍ଥାନୀୟ ଅବକାରୀ ଥାନା ସୂତ୍ରରୁ ମିଳିଥିବା ସୂଚ
ଦେଶୀ ଓ ରନ୍ଧା ମଦ ଜବତ, ତିନି ଗିରଫ


ବଲାଙ୍ଗୀର, ୧୮ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଲୋଇସିଂହା ଅବକାରୀ ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଭାଟିମଦ ଓ ରନ୍ଧାମଦ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସ୍ଥାନୀୟ ଅବକାରୀ ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୋଇସିଂହା ସାଗର ନିକଟରେ ମଦ ବିକ୍ରି କରୁଥିବା ବିକାଶ ବିଶ୍ୱାଳଙ୍କ ଠାରୁ ୯ ଲିଟର ଦେଶୀ ରନ୍ଧାମଦ ଓ ନିରାକାର ବେଂଟକାରଙ୍କ ଠାରୁ ୮.୨ ଲିଟର ଭାଟି ପାଉଚ ମଦ ଜବତ କରାଯାଇଥିଲା। ସେହିପରି ମନହିରା ଗ୍ରାମର କନ୍ଦରା ବଡ଼କାଙ୍କ ଠାରୁ ଅବକାରୀ ବିଭାଗ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି। ତିନି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସ୍ଥାନୀୟ ଅବକାରୀ ଏସ୍ଆଇ ଭେଙ୍କଟ ରମଣ ବେହେରା ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande