ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏଆଇ କ୍ଷମତା ବିକାଶ କର୍ମଶାଳା ଓ ସମଝୌତା ସ୍ମାରକ ସ୍ୱାକ୍ଷର ସମାରୋହ
ଜୟପୁର, ୧୮ ଜୁଲାଇ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟର ଠାରେ AI Capacity Building Workshop & MoU Signing Ceremony ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ Odisha Knowledge Corporation Limited ମଧ୍ୟ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ AI କ୍ଷମତା ବିକାଶ କର୍ମଶାଳା ଓ ସମଝୌତା ସ୍ମାରକ  ସ୍ୱାକ୍ଷର ସମାରୋହ


ଜୟପୁର, ୧୮ ଜୁଲାଇ (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟର ଠାରେ AI Capacity Building Workshop & MoU Signing Ceremony ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ ଓ Odisha Knowledge Corporation Limited ମଧ୍ୟରେ ସମଝୌତା ସ୍ମାରକ ସ୍ୱାକ୍ଷର କରାଯାଇଥିଲା।କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। OKCL ର ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ସୁଶାନ୍ତ ଜେ. ଦାସ OKCL ସମ୍ପର୍କରେ ସୂଚନା ପ୍ରଦାନ କରିଥିବାବେଳେ, ବରିଷ୍ଠ ମ୍ୟାନେଜର ଶ୍ରୀ ନିଲାଦ୍ରି ବିହାରୀ ରାୟ ଏହି ସହଯୋଗିତାର ଉଦ୍ଦେଶ୍ୟ ଓ ଭବିଷ୍ୟତ କାର୍ଯ୍ୟଯୋଜନା ଉପରେ ଆଲୋକପାତ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ ଓ OKCL ମଧ୍ୟରେ MoU ବିନିମୟ କରାଯାଇଥିଲା।କୁଳପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବର୍ତ୍ତମାନ ଉଚ୍ଚଶିକ୍ଷା, ଗବେଷଣା ଓ କୌଶଳ ବିକାଶର ଏକ ଅବିଚ୍ଛେଦ୍ୟ ଅଂଶ। ଏହି ସହଯୋଗ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ AI ଆଧାରିତ ଆଧୁନିକ ଜ୍ଞାନ ଓ ପ୍ରଶିକ୍ଷଣର ସୁଯୋଗ ପାଇବେ।ପରବର୍ତ୍ତୀ ଅଧିବେଶନରେ ଶ୍ରୀ ସୁଶାନ୍ତ ଜେ. ଦାସ AI Foundations and Introduction to Machine Learning & Neural Networks ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ଏଆଇ Productivity Tools ର ହାତେକଲମେ ପ୍ରଦର୍ଶନ କରାଯାଇଥିଲା। ଅପରାହ୍ନ ଅଧିବେଶନରେ OKCL Student Internship Framework, ଶିକ୍ଷାଦାନ, ଗବେଷଣା ଓ NAAC ସ୍ୱୀକୃତି ପ୍ରକ୍ରିୟାରେ ଏଆଇ ର ବ୍ୟବହାର ଉପରେ ଆଲୋଚନା ହୋଇଥିଲା। ଶେଷରେ ପ୍ରଶ୍ନୋତ୍ତର ପର୍ବ ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ମତ ବିନିମୟ କରାଯାଇଥିଲା।ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଶିକ୍ଷକ, ଗବେଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶେଷରେ ନିୟନ୍ତ୍ରକ ପରୀକ୍ଷା ଏବଂ OKCL ପ୍ରତିନିଧିଙ୍କ ଉପସ୍ଥିତିରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା। ପରିଶେଷରେ ବିଶ୍ୱବିଦ୍ୟାଳୟର (CPGC) ଡ. ପ୍ରଶାନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande