ରେଙ୍ଗାଲି ପୋଲିସର ସଫଳତା କଫ୍ ସିରପ୍, ନାଇଟ୍ରୋସନ୍ ଟାବଲେଟ୍ ଓ ଦେଶୀ ମଦ ଜବତ, ୨ ଗିରଫ
ରେଙ୍ଗାଲି ପୋଲିସର ସଫଳତା କଫ୍ ସିରପ୍, ନାଇଟ୍ରୋସନ୍ ଟାବଲେଟ୍ ଓ ଦେଶୀ ମଦ ଜବତ, ୨ ଗିରଫ
ରେଙ୍ଗାଲି ପୋଲିସର ସଫଳତା କଫ୍ ସିରପ୍, ନାଇଟ୍ରୋସନ୍ ଟାବଲେଟ୍ ଓ ଦେଶୀ ମଦ ଜବତ, ୨ ଗିରଫ


ସମ୍ବଲପୁର, ୧୮, ଜୁଲାଇ (ହି.ସ.)

ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ଥାନା ପୋଲିସ ନିଷାଦ୍ରବ୍ୟ ବିରୋଧୀ ଅଭିଯାନରେ ସଫଳତା ହାସଲ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାରେ ରେଙ୍ଗାଲି ଥାନାରେ ରୁଜ୍ଜୁ ୧୫୪/୨୬ ମାମଲାକୁ ତଦନ୍ତ କରି

ଲାହାମଣି ଗ୍ରାମର ଚନ୍ଦନ ଓରାମ ଏବଂ ପାନସପଡ଼ା ଗ୍ରାମର ଆଦର୍ଶ ଓରାମକୁ ଗିରଫ କରିଛି । ଗିରଫ ପୂର୍ବରୁ ସେମାନଙ୍କ ଠାରୁ ୨୫ ବୋତଲ ସିଲ୍ ହୋଇଥିବା କଫ୍ ସିରପ୍, ୩ଟି ଖୋଲା କଫ୍ ସିରପ୍ ବୋତଲ, ୨ ଷ୍ଟ୍ରିପ୍ ନାଇଟ୍ଓଜମ ୧୦ ଏମଜି ଟାବଲେଟ୍, ପ୍ରାୟ ୭୫୦ ମିଲିଲିଟର ମିଶ୍ରିତ କଫ୍ ସିରପ୍ ଏବଂ ୨୦୦ ମିଲିଲିଟର ଲେଖାଏଁ ୧୨ଟି ଓଏସ୍ ଦେଶୀ ମଦ ପାଉଚ୍ ଜବତ କରିଛି।

ସୂଚନା ଅନୁଯାୟୀ, ୧୮ ଜୁଲାଇ ସକାଳେ ରେଙ୍ଗାଲି ପୁଲିସ ଦୈନିକ ପାଟ୍ରୋଲିଂ କରୁଥିବା ବେଳେ ନିଶାନଭଙ୍ଗା ରେଳ ଫାଟକ ନିକଟରେ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ପ୍ଲାଷ୍ଟିକ ବ୍ୟାଗ୍ ଧରି ଛିଡ଼ା ହୋଇଥିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇଥିଲେ। ପୁଲିସକୁ ଦେଖି ସେମାନେ ଫେରାର ହେବାକୁ ଚେଷ୍ଟା କରିଥିଲେ। ପୁଲିସ ପିଛା କରି ଉଭୟଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଉକ୍ତ ସାମଗ୍ରୀ ଜବତ କରିଥିଲା। ପରବର୍ତ୍ତୀ ତଦନ୍ତରେ ପ୍ରାଥମିକ ପ୍ରମାଣ ମିଳିବା ପରେ ଉଭୟଙ୍କୁ ଗିରଫ କରାଯାଇ ଶନିବାର ସ୍ଥାନୀୟ ଅଦାଲତକୁ ଚାଲାଣ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande